ଅନୁଗୋଳ,୮/୧ – ଜଣେ ହତ୍ୟା ମାମଲାରେ ଅନୁଗୋଳ କାରାଗାରରେ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀଙ୍କ ମା ସୂର୍ଯ୍ୟ ଭୋଇ କହିବା ଅନୁଯାୟୀ କୁମଣ୍ଡ ବେଲଗୁଣ୍ଠା ଗ୍ରାମରେ ରହୁଥିବା ଜଗନ୍ନାଥ ଭୋଇ(୪୦) ନିଜ ସ୍ତ୍ରୀଙ୍କୁ ହତ୍ୟା କରି ମାଟି ଖୋଳି ପୋତି ଦେଇଥିଲେ I ଏହି ହତ୍ୟା ଘଟଣାରେ ଦୁଇ ବର୍ଷ ହେବ ଜେଲରେ ସଜା କାଟୁଥିଲେ।
ତେବେ ଗତକାଲି ମୃତ କଏଦୀଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜେଲ୍ କର୍ମଚାରୀ ମାନେ ଭର୍ତ୍ତି କରିଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ମା । ତାଙ୍କୁ ନିର୍ଯ୍ୟାତନା ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି ।



