
ଆଜି ତା ୧୨.୦୧.୨୬ ରିଖ (ସୋମବାର) ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ SIOS/NIOS-MEGA-ADMISSION CAMP ଯଥାରୀତିରେ ଅନୁଷ୍ଠିତ ହୋଇଅଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ଅନ୍ୟତମ ସମ୍ମାନିତ ଅତିଥି ରୂପେ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦିବ୍ୟ ପ୍ରକାଶ ପ୍ରଧାନ ,ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁର ସଭାପତି କୃସିଦା ବେଗମ ,ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ର , ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅନୁପସ୍ଥିତିରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲୋଚନା ଭୁତିଆ ,ବିଦ୍ୟାଳୟର ମୁକ୍ତ ବିଦ୍ୟାଳୟ ଆଡ଼ମିଶନ ଦାୟିତ୍ବରେ ଥିବା ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ , ୯ ଟି କ୍ଲଷ୍ଟରର ସଂଯୋଜକ ଭାଗ ନେଇ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭ ରେ ପଞ୍ଚସଖାଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଉପଯୋଗିତା ସମ୍ବନ୍ଧରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୁରୁତ୍ୱ ଆରୋପ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଜ ବକ୍ତବ୍ୟ ରେ ଉପସ୍ଥିତ ପିଲାଙ୍କୁ ମୁକ୍ତ ବିଦ୍ୟାଳୟରେ ମିଳୁଥିବା ସୁବିଧା ସୁଯୋଗର ଲାଭ ଉଠାଇବା ପାଇଁ ନିଜର ପ୍ରେରଣାଦାୟକ ବାଣୀ ଉପସ୍ଥାପନ କରିଥିଲେ। ଅନ୍ୟ ସମ୍ନାନିତ ଅତିଥି ଗଣ ନିଜର ଉତ୍ସାହପ୍ରଦ ବାଣୀ ଦ୍ୱାରା ଉପସ୍ଥିତ ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଭାବିକାଙ୍କୁ ମୁକ୍ତ ବିଦ୍ୟାଳୟରେ ଆଡ଼ମିଶନ ନିମନ୍ତେ ଉତ୍ସାହିତ କରିଥିଲେ। ମୁକ୍ତ ବିଦ୍ୟାଳୟ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ମୁକ୍ତବିଦ୍ୟାଳୟର ପାଠ୍ୟକ୍ରମ ଓ ପରୀକ୍ଷା ପଦ୍ଧତି ସମ୍ବନ୍ଧରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ। ଏହି ଅବସରରେ ୧୨୧ ଜଣ ଡ୍ରପ ଆଉଟ ପିଲାଙ୍କର ଆଡ଼ମିଶନ କରାଯାଇଥିଲା। ଉପସ୍ଥିତ ପିଲାଙ୍କୁ ପୁସ୍ତକ ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦୁଷ୍ମନ୍ତ କୁମାର ସାହୁ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ସଂଯୋଜନା କାର୍ଯ୍ୟ କୁ ସରସ ଶୈଳୀ ରେ ଉପସ୍ଥାପନ କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁଲୋଚନା ଭୁତିଆ ଆଜିର କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ। 🙏🏻



