*ଆମ୍ବମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିବେକାନନ୍ଦ ଜୟନ୍ତୀ ଓ ସ୍ବଦେଶୀ ସଂକଳ୍ପ ଅଭିଯାନ*
ତାଳଚେର :ତା 12/01/2026: ତାଳଚେର ଡେରା ସ୍ଥିତ ଆମ୍ବମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିବେକାନନ୍ଦ ଜୟନ୍ତୀ ଏବଂ ବନ୍ଦେ ମାତରମ ର 150 ବର୍ଷ ତଥା ସ୍ବଦେଶୀ ସଂକଳ୍ପ ଅଭିଯାନ ପାଳିତ ହୋଇଯାଇଛି |ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ମାୟାଧର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଯୋଗଦେଇ ମହାମନୀଷୀ ତଥା ରାଷ୍ଟ୍ର ସନ୍ଥ ବିବେକାନନ୍ଦ ଙ୍କ ଜୀବନୀ ଏବଂ ଭାରତ କୁ ବିଶ୍ଵଗୁରୁ କରିବା ପାଇଁ ତାଙ୍କର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ବିବେକାନନ୍ଦ ଙ୍କ ଆଦର୍ଶ ରେ ବର୍ତମାନ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁପ୍ରାଣିତ ହୋଇ ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ଓ ସବକା ପ୍ରୟାସ ଉପରେ ରାଷ୍ଟ୍ର ପ୍ରତି ସମର୍ପିତ ଭାବନା ରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଥିଲେ |ପିଲା ମାନେ ବିବେକାନନ୍ଦ ଙ୍କ ଜୀବନୀ ପଢି ତାଙ୍କର ଉପଦେଶ କୁ କାୟ ମନ ବାକ୍ୟ ରେ ପାଳନ କଲେ ନିଶ୍ଚିତ ଭାବେ ନିଜର ବିକାଶ ସହ ରାଷ୍ଟ୍ର ର ବିକାଶ ହୋଇ ପାରିବ ବୋଲି କହିଥିଲେ |ବିଏମଏସ ର ରାଜ୍ୟ ସଭାପତି ବାଦଲ ମହାରଣା ଯୋଗଦେଇ ଆମର ବେଶ ଭୁଷା, ଭାଷା, ଶିକ୍ଷା, ଚଳଣି, ସଂକୃତି, ପରମ୍ପରା, ସଂସ୍କାର ବ୍ୟବସାୟ ସବୁ କ୍ଷେତ୍ରରେ ସ୍ବଦେଶୀ ହେବା ଉଚିତ ବୋଲି ପ୍ରକାଶ କରିଥିଲେ |ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ସେବା ସଚିବ ବରୁଣ କୁମାର ସାହୁ ଯୋଗଦେଇ ସ୍ବଦେଶୀ ସଂକଳ୍ପ ପତ୍ର କୁ ଶପଥ କରାଇଥିଲେ |ସମସ୍ତ ଗୁରୁଜୀ ଗୁରୁମା ଙ୍କ ସମେତ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |



