ଜଗତଜନନୀ ମା ସେରାୱାଲି ଙ୍କ ୨୧ତମ ବିଶାଳ ଜାଗରଣ ଅନୁଷ୍ଠିତ

ଜଗତ ଜନନୀ ମାଆ ସେରାୱାଲି ଙ୍କ ବିଶାଳ ଜାଗରଣ ଅନୁଷ୍ଠିତ।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଠାରେ ଜଗତ ଜନନୀ ମାଆ ସେରାୱାଲି ଙ୍କ ୨୧ତମ ବିଶାଳ ଜାଗରଣ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବଡ଼ବିଲ ପୌରାଞ୍ଚଳ ରେ ଶତାଧିକ ସଂଖ୍ୟାରେ ପୁରୁଷ ମହିଳା ଓ ଆବାଳ ବୃଦ୍ଧ ବନିତା ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜଗତ ଜନନୀ ମାଆ ସେରାୱାଲି ଙ୍କ ପ୍ରତିମୂର୍ତ୍ତି ର ଫଟୋ ଚିତ୍ରକୁ ଏକ ସୁସଜ୍ଜିତ ରଥ ସଦୃଶ ଗାଡ଼ିରେ ନେଇ ହାତରେ ପତାକା ଧରି ମାଆ ସେରାୱାଲି ଙ୍କ ନାମ କୀର୍ତ୍ତନ କରି ସମଗ୍ର ବଡ଼ବିଲ ସହର ପରିକ୍ରମା କରିବା ସହ ବଡ଼ବିଲ ଯୋଡ଼ା ମୁଖ୍ୟ ରାସ୍ତାରେ ଥିବା ବଡ଼ବିଲ ପୌରାଞ୍ଚଳ ର ୱାର୍ଡ଼ ନମ୍ବର୍ ପନ୍ଦର ସ୍ଥିତ ହରିଓଁ ଗାର୍ଡେନ ଠାରେ ପହଞ୍ଚି ବା ପରେ ସେଠାରେ ଏକ ବିଶାଳ ଭଜନ ସମାରୋହ ଆୟୋଜିତ କରାଯାଇଥିବା ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମ କୁ ବଡ଼ବିଲ ଭକ୍ତି ସେବା ସଂଘ ପକ୍ଷରୁ ଅୟୋଜନ କରାଯାଇଥିବା ବେଳେ ଏହି ଶୋଭାଯାତ୍ରା ବଡ଼ବିଲ କାଳୀ ମନ୍ଦିର ପ୍ରାଙ୍ଗଣରୁ ବାହାରିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




