ଓଡ଼ିଶାରେ ବଲିଉଡ୍ ସୁନ୍ଦରୀ ଶିଳ୍ପା ସେଟ୍ଟୀ । ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଶିଳ୍ପା ସେଟ୍ଟୀ । ଅଭିନେତ୍ରୀଙ୍କ ସହ ମା ସୁନନ୍ଦା ସେଟ୍ଟୀ, ଭଉଣୀ ସମିତା ସେଟ୍ଟୀ ମଧ୍ୟ ପୁରୀ ଗସ୍ତରେ ଆସିଛନ୍ତି।
ଗୁରୁବାର ଦିନ ବଲିଉଡ୍ ଡିଭା ଶିଳ୍ପା ସେଟ୍ଟୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏକ ଜାତୀୟ ଗଣମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସିଛନ୍ତି ଶିଳ୍ପା ସେଟ୍ଟୀ ।
ତେବେ ଓଡ଼ିଶାରେ ପହଞ୍ଚିବା ପରେ ଶିଳ୍ପା ସେଟ୍ଟୀ ପ୍ରଥମେ ପୁରୀ ଗସ୍ତରେ ଯାଇଛନ୍ତି । ମା ସୁନନ୍ଦା ସେଟ୍ଟୀ, ଭଉଣୀ ସମିତ ସେଟ୍ଟୀଙ୍କ ସହିତ ବଡ଼ଦେଉଳ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରେ ଶିଳ୍ପା ସେଟ୍ଟୀଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
