ଭଟଲିରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ଅନୁଷ୍ଠିତ

ଭଟଲି (ଅଭିମନ୍ୟୁ ପଧାନ):- ଭଟଲି ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣଠାରେ ଜଗତକଲ୍ୟାଣ ଉଦ୍ଦେଶ୍ୟରେ ଦ୍ବିଦିନାତ୍ମକ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ଅନୁଷ୍ଠିତ ହୋଇଯାଇଛି। ପବିତ୍ର ମକର ସଂକ୍ରାନ୍ତି ଦିନ ହଜାର ହଜାର ସଂଖ୍ୟାରେ ମହିଳାଙ୍କ ଏକ ଭବ୍ଯ କଳସ ଯାତ୍ରା ପବିତ୍ର ଚକ୍ର ପୁଷ୍କରିଣୀରୁ କଳସରେ ଜଳ ନେଇ ଭଟଲି ଏବଂ କୁସନପୁରୀ ଗ୍ରାମ ପରିକ୍ରମା କରି ଯଜ୍ଞସ୍ଥଳରେ ସ୍ଥାପନ ପରେ ଯଜ୍ଞାରମ୍ଭହୋଇଥିଲା। ପରେ ବ୍ରହ୍ମଧ୍ବନୀ ସ୍ଥାପନ ଓ ଅଖଣ୍ଡଦୀପ ପ୍ରଜ୍ବଳନ, ବ୍ରହ୍ମହୋମ ଅନୁଷ୍ଠିତ ହୋଇଥିଲା। ସହସ୍ରାଧିକ ଭକ୍ତ, ସାଧୁସନ୍ଥଙ୍କ ସମାବେଶ ସହ ଭକ୍ତି ରସାତ୍ମକ ଖଞ୍ଜଣୀ ଭଜନ ପ୍ରବଚନ ଓ ସଙ୍କୀର୍ତ୍ତନ ଦଳମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିଦ୍ଧପୁରୁଷ ବ୍ରହ୍ମ ଅବଧୂତ ବୀରେନ୍ଦ୍ର ବାବାଙ୍କ ମାର୍ଗଦର୍ଶନ ତଥା ବ୍ରହ୍ମ ଅବଧୁତ ଉଦ୍ଧବ ବାବାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧୁ ଦାରୁକ ଦାଶ, ସାଧୁ ମନୋହର ଦାସ, ଦେବାନନ୍ଦ ଦାଶ, ମୁକ୍ତିପ୍ରଦର ବ୍ରହ୍ମଚାରୀ ମିତ୍ରଭାନୁ ବ୍ରହ୍ମଚାରୀ ଯଦୁ ତ୍ୟାଗୀ, ରୁଦ୍ର ତ୍ୟାଗୀ, ବୈରାଗୀ ସମାଜ ତଥା ସାଧୁ ସମାଜର ସାଧୁସନ୍ଥମାନେ ଯୋଗଦାନ କରିଥିଲେ | କଳସ ଯାତ୍ରାରେ ବିଧାୟକ ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ବିଜେପି ସଭାପତି ଡା. ଅରୂପାନନ୍ଦ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଚ୍ୟୁତ ବୁଧିଆ, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ପଧାନ, ଗୋପାଳ ଚନ୍ଦ୍ର ଅଗ୍ରୱାଲ, କ୍ଷୀରଧର ସାହୁ, ଅକ୍ଷୟ ସାହୁ ପ୍ରମୁଖ ଯୋଗଦେଇଥିଲେ | ସ୍ବାଧୀନ ମେହେର, ସବ୍ୟସାଚୀ ରଥ, କୈଳାସ ମେହେର ଏବଂ କ୍ଷୀରୋଦ୍ର ପଧାନ ଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୨ୟ ଦିନରେ ମଧ୍ୟ ସଂସାର କଲ୍ୟାଣ ପାଇଁ ବ୍ରହ୍ମ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା।ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟାରେ ଅଞ୍ଚଳର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |




