
ମହାଗୀରି ପ୍ରେସ୍ କ୍ଲବ ର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ lସାମ୍ବାଦିକ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟ କରିଥାଏ – କୈଳାସ ନାୟକ (SUJ ଓଡ଼ିଶା ସଭାପତି)

ଯାଜପୁର /ଦାନଗଦୀ ତା.୧୭/୦୧ :- ଦାନଗଦୀ ବ୍ଲକ,ଟମକା ଥାନା ଅନ୍ତର୍ଗତ ମହାଗୀରି ପ୍ରେସ୍ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି ପ୍ରେସ୍ କ୍ଲବର ଦ୍ବିତୀୟ ବାର୍ଷିକ ଉତ୍ସବ ପ୍ରେସ କ୍ଲବ ର ସବାପତି ଶ୍ରୀ ମଳୟ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁପ୍ରସନ୍ନ ମଲ୍ଲିକ ଯୋଗଦେଇ ନିଜର ଅଭିଭାଷଣ ରେ କହିଲେ ଯେ, ସାମ୍ବାଦିକତା କ୍ଷେତ୍ରରେ ନିଜକୁ ସାମିଲ କରିଥିବା ବ୍ୟକ୍ତିବିଶେଷ ନିଜର ନୂହେଁ ବରଂ ସମାଜର ସମସ୍ତ ଲୋକଙ୍କ ସୁବିଧା ଅସୁବିଧା ବିଷୟରେ ଖବର ପ୍ରଶାସନ ପାଖରେ ପହଞ୍ଚାଇ ଥାଆନ୍ତି l ସେଥିପାଇଁ ସରକାର ଏବଂ ପ୍ରଶାସନ ଓ ସାମ୍ବାଦିକ ଙ୍କ ମଧ୍ୟରେ ସୁସମ୍ପର୍କ ରହିଥାଏ l ମୁଖ୍ୟ ବକ୍ତା ଭାବେ ଏସ୍.ୟୁଯେ ଓଡ଼ିଶା ପ୍ରଦେଶ ର ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକ ଯୋଗଦେଇ କହିଲେ ଯେ, ସାମ୍ବାଦିକତା କ୍ଷେତ୍ରରେ ବାଧାବିଘ୍ନ କୁ ସରକାର ବିଚାରକୁ ନେଉ ନାହାନ୍ତି, ଜଣେ ସାମ୍ବାଦିକ ତାର କାର୍ଯ୍ୟଧାରା, ସମାଜସେବା କ୍ଷେତ୍ରରେ କେତେ ଯେ ବାଧାବିଘ୍ନ ଭିତର ଜୀବନ ଅତିବାହିତ କରୁଛି ତାକୁ ସରକାରଙ୍କ ପକ୍ଷରୁ ସମୀକ୍ଷା କରିବା ଆବଶ୍ୟକ l ସମ୍ମାନିତ ଅତିଥି ଭାବେ, ଦାନଗଦୀ ବ୍ଳକ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ସେଠୀ, ରାଷ୍ଟୀୟ ସଂଗଠନ ସମ୍ପାଦକ(NUJ. INDIA) ଡ.ଚିନ୍ତାମଣି ପାଢୀ, ଝାଡେଶ୍ବର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ ମହାଗୀରି ପ୍ରେସ କ୍ଲବ ପକ୍ଷରୁ ବିଭିନ୍ନ ସୁନାମଧନ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ସହିତ ମାନପତ୍ର, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା l ଏହି ଅବସରରେ ସ୍ଥାନୀୟ ବୁଦ୍ଧିଜିବୀ, ସାହିତ୍ୟକ ଓ ସାଧାରଣ ଲୋକେ ବହୁ ସଂଖ୍ୟାରେ ଯୋଗଦେଇଥିଲେ l “ଲୋକମାନଙ୍କ ସହିତ ନିବିଡ ସମ୍ପର୍କ ସ୍ଥାପନ କରିବା ଓ ସେମାନଙ୍କ ସୂଖ ଦୁଃଖ ଓ ବିଶେଷ କରି ମୌଳିକ ଅଧିକାର କୁ ସରକାରଙ୍କ ପାଖର ପ୍ରତିପାଦନ କରିବା କୁ ମହାଗୀରି ପ୍ରେସ୍ କ୍ଲବ ସର୍ବଦା କାର୍ଯ୍ୟ କରିବାକୁ ସପଥ ନେଇଛି l” କ୍ଲବ ର ସଭାପତି ଶ୍ରୀ ମଳୟ କୁମାର ରାଉତ , ସାଧାରଣ ସମ୍ପାଦକ ଅବତାର ଅଲ୍ଲୀ, କୋଷାଧ୍ଯକ୍ଷ ଅଜୟ କୁମାର ଦେହୁରୀ, କାର୍ଯ୍ୟକାରୀ ସଭାପତି ନରୋତ୍ତମ ବେହେରା, ସହ ସମ୍ପାଦକ ଅନିଲ କୁମାର ଦାସ , ଉପ ସଭାପତି ସ୍ଵରାଜ ଜେନା, ମୁଖ୍ୟ ଉପଦେଷ୍ଟା ଶ୍ରୀ ହରିହର ବାରିକ୍, ଉପଦେଷ୍ଟା ଉମାକାନ୍ତ ମହାପାତ୍ର, ସଭ୍ଯ ଖଗେନ୍ଦ୍ର ମହାନ୍ତ, ଭାରତ ଭୂଷଣ ହୋତା, କାଳନ୍ଦୀ ମିଶ୍ର, ପରମାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ସମର୍ଥନ ଓ ସହଯୋଗ ଯୋଗାଇ ଥିଲେ l



