ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ସାନ୍ତୁନଙ୍କ ୭୫ତମ ରକ୍ତଦାନ
Date-26/01/26
ତାଳଚେର, : ଆଜି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଶିକ୍ଷକ ସାନ୍ତୁନ ସାହୁ ୭୫ତମ ରକ୍ତଦାନ କରିଛନ୍ତି । ଶ୍ରୀ ସାହୁଙ୍କ ଏହି ରକ୍ତଦାନ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ମଦନମୋହନ ପ୍ରଧାନ, ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଡକ୍ଟର ଗଙ୍ଗାଧର ବେହେରା ଉପସ୍ଥିତ ରହି ଶିକ୍ଷକ ଶ୍ରୀ ସାହୁଙ୍କ ଉତୋରୀୟ ଦେଇ ସମ୍ମାନୀତ କରିଥିଲେ । ଜଣେ ଶିକ୍ଷକଭାବେ ଶିକ୍ଷାଦାନ କରିବା ସହ ରକ୍ତଦାନ କରି ମନ୍ୟୁଷ ସମାଜର ଉପକାର କରିବା କାର୍ଯ୍ୟକୁ ଡକ୍ଟର ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ । ୪୫ବର୍ଷ ବୟସରେ ଏପର୍ଯ୍ୟନ୍ତ ସେ ୭୫ଥର ରକ୍ତଦାନ କରି ସମାଜରେ ପ୍ରଶଂସିତ ହେବା ସହ ଶ୍ରୀ ସାହୁ ଉଦାହରଣ ସାଜିଛନ୍ତି । ପୁନଶ୍ଚ ଯୁବସମାଜ ପାଇଁ ସେ ପ୍ରେରଣ ଉତ୍ସ ହେବା ସହ ତାଳଚେର ରକ୍ତଭଣ୍ଡାର ଆଦର୍ଶବୋଲି ଡକ୍ଟର ଶ୍ରୀ ପ୍ରଧାନ କହିଥିଲେ ।ଏହି ରକ୍ତଦାନ ରେ ରକ୍ତଭଣ୍ଡାରର ଅଧୂକାରୀ ଡଃ ବିନୟ ପାଢ଼ି,ବଳରାମ ପତିଙ୍କ ସହ ଉପଖଣ୍ଡ ଚିକିତ୍ସାଳୟର ସମସ୍ତ ଷ୍ଟାଫ୍ ରକ୍ତଭଣ୍ଡାରରେ ଉପସ୍ଥିତ ଥିଲେ।



