ଜାତୀୟ ଜନଗଣନା – ୨୦୨୭ ପାଇଁ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ : କଳାହାଣ୍ଡି

ଜାତୀୟ ଜନଗଣନା – ୨୦୨୭ ପାଇଁ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ.କଳାହାଣ୍ଡି

କଳାହାଣ୍ଡି/ଭବାନୀପାଟଣା : (ଜାଗ୍ରତ ଭାରତ) – କଳାହାଣ୍ଡି ଜିଲ୍ଲାରେ ଜାତୀୟ ଜନଗଣନା – ୨୦୨୭ ର ସଫଳ ରୂପାୟନ ପାଇଁ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ କଳାହାଣ୍ଡି ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମରେ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ପକ୍ଷରୁ ଯୁଗ୍ମ ନିର୍ଦ୍ଦେଶକ ଡଃ. ଅଭୟ ନାରାୟଣ ନାୟକ ଯୋଗଦେଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜନଗଣନାର ପ୍ରକ୍ରିୟା, ଡିଜିଟାଲ ଉପକରଣ, ଗୃହତାଲିକା ବ୍ଲକ (HLB) ଗଠନ ଏବଂ ଦାୟିତ୍ଵ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ । ଏହି ଜନଗଣନା ଭାରତର ୧୬ ତମ ଜନଗଣନା ଏବଂ ସ୍ଵାଧିନତା ପରେ ଅଷ୍ଟମ ଜନଗଣନା ହେବ । ଏହା ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହେବ । ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ଓ ଗୃହଗଣନା ସବୁ (Houselisting & Housing Census) ୨୦୨୬ ଏପ୍ରିଲ ୧୬ ତାରିଖ ରୁ ୧୫ ମଇ ପର୍ଯ୍ୟନ୍ତ ହେବ । ଏହା ପୂର୍ବରୁ ଏପ୍ରିଲ ୧ ରୁ ୧୫ ତାରିଖ ମଧ୍ୟରେ ଜନସାଧାରଣଙ୍କ ପାଇଁ ସ୍ଵ-ଗଣନା (Self-Enumeration) ସୁବିଧା ଉପଲବ୍ଧ ରହିବ, ଯାହା ମାଧ୍ୟମରେ ନାଗରିକମାନେ ନିଜ ତଥ୍ୟ ଅନଲାଇନ ୱେବସାଇଟ ଜରିଆରେ ପ୍ରଦାନ କରିପାରିବେ । ଦ୍ଵିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା (Population Enumeration) ୨୦୨୭ ଫେବୃଆରୀ ୯ ରୁ ୨୮ ପର୍ଯ୍ୟନ୍ତ ହେବ ଏବଂ ୨୦୨୭ ମାର୍ଚ୍ଚ ୧ ରୁ ୫ ମଧ୍ୟରେ ପୁନର୍ବୀକ୍ଷଣ (Revisional Round) କରାଯିବ । ଏହି ଜନଗଣନା ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରଣାଳୀରେ କରାଯିବ । Census Management & Monitoring System (CMMS) ଓ ମୋବାଇଲ ଆପ୍ ମାଧ୍ୟମରେ ଗଣନାକାରୀମାନେ ଘର ଘର ଯାଇ ତଥ୍ୟ ସଂଗ୍ରହ କରିବେ । ଏହା ଦ୍ଵାରା ତଥ୍ୟର ସଠିକତା, ସ୍ପଷ୍ଟତା ଓ ଦ୍ରୁତ ମନିଟରିଙ୍ଗ ସୁନିଶ୍ଚିତ ହେବ । ଜିଲ୍ଲା ଭାରପ୍ରାପ୍ତ ପରିସଂଖ୍ୟାନ ଅଧିକାରୀ ପାଠକ ତାଲିମ ପ୍ରଦାନରେ ସହଯୋଗ କରିଥିଲେ । ଏହି ସମୀକ୍ଷା ତାଲିମ କାର୍ଯ୍ୟକ୍ରମରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେଶନ) ଅନିମେସ ପ୍ରଧାନ, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଅତିରିକ୍ତ ଉପ ଜିଲ୍ଲାପାଳ ଧର୍ମଗଡ଼ ଅଜୟ ପ୍ରକାଶ ତିର୍କୀ, ଡେପୁଟି କଲେକ୍ଟର (ନିର୍ବାଚନ) ମନୀଷା ଗୁପ୍ତା, ଜିଲ୍ଲାର ସମସ୍ତ ତହସିଲଦାର, ମୁନିସିପାଲିଟି, ଏନ୍.ଏ.ସି. ର ନିର୍ବାହୀ ଅଧିକାରୀ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ । ଜିଲ୍ଲାରେ ୩୬୦୦ ଜଣ ଅଧିକାରୀ, କର୍ମଚାରୀ ଏହି ଜାତୀୟ ଜନଗଣନା କାର୍ଯ୍ୟକ୍ରମରେ ନିୟୋଜିତ ହେବେ, ସେଥିମଧ୍ୟରୁ ୧୯ ଜଣ ଚାର୍ଜ ଅଧିକାରୀ, ୧୯ ଜଣ ଅତିରିକ୍ତ ଚାର୍ଜ ଅଧିକାରୀ ଏବଂ ୨ ଜଣ ଉପଖଣ୍ଡ ଚାର୍ଜ ଅଧିକାରୀ ରହିବେ । ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ଭାବେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଜିଲ୍ଲା ଜନଗଣନା ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେ ରହିବେ । ଏହି ଜାତୀୟ ଜନଗଣନା କାର୍ଯ୍ୟକ୍ରମରେ ସମସ୍ତ ସମ୍ପୃକ୍ତ ଅଧିକାରୀ ନିଜର ଦାୟିତ୍ଵ ସୁଚାରୁରୂପେ ତୁଲାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଲେ ଯେ, ଜନଗଣନା ଏକ ମହତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମ । ଜିଲ୍ଲା ତଥା ଦେଶରେ ଏହି ସୂଚନା ସବୁର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହି ଜାତୀୟ ଜନଗଣନା କାର୍ଯ୍ୟକ୍ରମରେ ସଫଳ ରୂପାୟନରେ ସମସ୍ତ ଜଣସାଧାରଣ ସଠିକ ଓ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଏହି ତାଲିମ ଓ ସମୀକ୍ଷା କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ମନୀଷା ଗୁପ୍ତା ପରିଚାଳନା କରିଥିଲେ ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech