ବଡ଼ବିଲଥାନା ଅନ୍ତର୍ଗତ କାରୋନଦୀରୁ ଜୈନିକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ଚଉଦ ଚଟେଇ ହାଟ୍ଟିଂ ସ୍ଥିତ କାରୋନଦୀ ରୁ ଜୈନିକ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ନେଇ ସୂଚନା। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଚଟେଇ ହାଟିଙ୍ଗ ରେ ଥିବା କାରୋ ନଦୀକୁ ସକାଳୁ କିଛି ସ୍ଥାନୀୟ ଲୋକେ ନଦୀକୁ ଶୌଚ ଓ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ଜଣେ ବ୍ୟକ୍ତି ଙ୍କ ମୃତଦେହ ପଡ଼ିଥିବା ଦେଖି ସଙ୍ଗେ ସଙ୍ଗେ ବଡ଼ବିଲ ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା। କିନ୍ତୁ କେଉଁ କାରଣରୁ ଓ କେଉଁ ପରିସ୍ଥିତି ରେ ଉକ୍ତ ବ୍ୟକ୍ତି ଜଣକ ର ନଦୀରେ ମୃତ୍ୟୁ ଘଟିଲା ତାହା ସନ୍ଦେହ ଘେରରେ ଥିବା ମନେହୁଏ। ତେବେ ବଡ଼ବିଲ ପୋଲିସ୍ ପାରିପାର୍ଶିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ଅନୁମାନ କରାଯାଉଛି। ତେବେ ମୃତକ ଜଣକ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ଚଟେଇ ହାଟିଙ୍ଗ ଅଞ୍ଚଳର ପରମାନନ୍ଦ ମହାକୁଡ଼ ଓ ତାଙ୍କ ବୟସ ପାଖାପାଖି ଷାଠିଏ ବର୍ଷ ହୋଇଥିବା ବେଳେ ସେ ଏକ ଘରୋଇ ସଂସ୍ଥା ରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



