ଅଦ୍ୟ ତା ୧୩/୦୨/୨୦୨୬ ରିଖ ଶୁକ୍ରବାର ପି. ଏମ୍.ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ତା’ର ବାର୍ଷିକ କ୍ରୀଡା ଉଦ୍ଘାଟନୀ ଉତ୍ସବ ଢେଙ୍କାନାଳ ଷ୍ଟାଡିଅମ ପ୍ରାଙ୍ଗଣରେ ଖୁବ୍ ଆକର୍ଷଣୀୟ ଭାବେ ପାଳନ କରିଛି l ଏହି ଉତ୍ସବରେ ଜିଲ୍ଲା କ୍ରୀଡା ସଂଗଠନ ର ସମ୍ପାଦକ ଶ୍ରୀଯୁକ୍ତ ନଳିନୀ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା ଧ୍ବଜା ଉତ୍ତୋଳନ କରିଥିବାବେଳେ ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ଥିଲେ ଢେଙ୍କାନାଳ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ଦୟାନିଥି ପାତ୍ର l ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀଙ୍କ ସଭାପତିତ୍ୱରେ ସକାଳ ୧୦ ଘଟିକାରେ ଏକ ସଭାର ଆୟୋଜନ କରାଯାଇଥିଲା l ଉପସ୍ଥିତ ଅତିଥିମାନେ ପିଲାମାନଙ୍କୁ ଜୀବନରେ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ ଓ ଭବିଷ୍ୟତ ଜୀବନରେ ଏହାକୁ ପେଷାକରି ଜୀବନ ଗଠନ କରିବାକୁ ଆହ୍ୱାନ ଦେଇଥିଲେ l ଅନ୍ୟାନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁର ସଭାପତି ଶ୍ରୀମତୀ କୁର୍ଷିଦା ବେଗମ, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପରିଡା ଓ ସପ୍ତସଜ୍ୟା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଦାସ l ବିଦ୍ୟାଳୟ କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ବେହେରାଙ୍କ ନେତୃତ୍ୱରେ ପରିଚାଳିତ ଏହି ଉତ୍ସବଟି ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହଯୋଗରେ ସାଫଲ୍ୟମଣ୍ଡିତ ହୋଇପାରିଥିଲା l



