
ଐତିହ୍ୟ ସମ୍ପନ୍ନ ରକଲା କୁଣ୍ଡେଶ୍ୱର ପୀଠ: ଯେଉଁଠି ଭଗବାନ ଶିବ ଙ୍କ ର ଅଲୌକିକ ମହିମା ଏବଂ ପଥର କାନ୍ଥରେ ଜୀବନ୍ତ ହୁଏ ପ୍ରାଚୀନ କଳା ଓ ବିଶ୍ୱାସ

ହିନ୍ଦୋଳ ରକଲା 14/02 – ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ ଯେତିକି ଅନନ୍ୟ ତା’ର ସବୁଜିମା ତଥା ମନୋରମ ମନ୍ଦିର ବି ସେତିକି ଅନନ୍ୟ l ସତରେ ଐତିହ୍ୟ କ୍ଷେତ୍ର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପକଣ୍ଠର ଏ ଯେ ଗୁପ୍ତ ଐତିହ୍ୟ କହିଲେ କମ ହେବ ନାହିଁ। ଏହାର ଭୌଗଳିକ ଦୁଷ୍ଟି କୋଣରୁ ଦେଖିବାକୁ ଗଲେ ସ୍ଥିତ ଏହି ପୁରାତନ ମନ୍ଦିର କିନ୍ତୁ ଏହା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଞ୍ଜପଡା ପଞ୍ଚାୟତ ରକଲା ଗ୍ରାମ ରେ କୁଣ୍ଡେଶ୍ୱର ମହାଦେବ ଙ୍କ ମନ୍ଦିର ଅବସ୍ତିତ। ଯାହାର ଇତିହାସ ସାଉଁଟିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ ବି ସେହି ମନ୍ଦିରଟିର କେତେଗୁଡ଼ିଏ ଇତିହାସ ଏଠାରେ ସ୍ଥାନିତ କରିବାକୁ ଚେଷ୍ଟା କରିଛୁ । ଖୁବ୍ ସୁନ୍ଦର ପ୍ରାକୃତିକ ପରିବେଶ, ସବୁଜ କ୍ଷେତ ତଥା ବୃକ୍ଷଲତା ଘେରା ବନାନୀର ମଧ୍ୟଭାଗରେ ଏହି ମହାଦେବ ମନ୍ଦିରଟିର ଅବସ୍ଥିତି ଅତୀବ ମନୋରମ। କିମ୍ବଦନ୍ତୀ କହେ ମନ୍ଦିରଟି ପ୍ରାୟ 1568 ମସିହାରେ ହିନ୍ଦୋଳ ରାଜା ଉଦ୍ଧବ ଦେବ ଜେନାମଣି ଏବଂ ପୁରୀ ର ଗଜପତି ମହାରାଜ ମୁକୁନ୍ଦ ଦେବ ରାଜଗୁରୁ ଙ୍କ ସ୍ଥାୟୀ ସ୍ଥିତି ମାଦଳା ଏବଂ ହୁକୁମ ନମ୍ବର 32 ଅନୁଯାୟୀ ଏଠାରେ ଲିଙ୍ଗରାଜ ମନ୍ଦିର ରୁ ସେବାୟତ ଅଣାଯାୟୀ ପ୍ରଥମେ ପୂଜାର୍ଚନା କରାଯାଇଥିଲା।ଏଠାରେ ଲିଙ୍ଗରାଜ ମନ୍ଦିର ର ନୀତି ନିର୍ଘଣ୍ଟ ଅନୁସାରେ ଠାକୁରଙ୍କ ନୀତି କାନ୍ତି କରାଯାଏ। ମହାଶିବରାତ୍ରି ରେ ଲିଙ୍ଗରାଜ ମନ୍ଦିର ରେ ମହାଦୀପ ଉଠିବା ପରେ ଏହି ମନ୍ଦିର ରେ ମହାଦୀପ ଉଠିଥାଏ।
ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ରକଲା ଗ୍ରାମରେ ଅବସ୍ଥିତ କୁଣ୍ଡେଶ୍ୱର ମହାଦେବଙ୍କ ପୀଠ କେବଳ ଏକ ମନ୍ଦିର ନୁହେଁ, ଏହା ଏକ ଜୀବନ୍ତ ଇତିହାସ। ଏହି ପୀଠର ଐତିହ୍ୟ ଓ ପରମ୍ପରା ଏତେ ସୁଦୂରପ୍ରସାରୀ ଯେ, ଏହା ଆଜି ବି ଗବେଷକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏକ ରହସ୍ୟମୟ ସ୍ଥଳ ହୋଇ ରହିଛି।

ଲୋକ କଥା ଅନୁଯାୟୀ, ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲ ଏବଂ ବେଲ ଗଛରେ ପରିପୂର୍ଣ୍ଣ ଥିଲା। ପ୍ରତିଦିନ ଭଳି ଜଣେ ଗଉଡ଼ ଲିଙ୍ଗରା ନଦୀ ପାର ହୋଇ ଗାଈ ଚରାଇ ବା ପାଇଁ ସେଠାକୁ ଯାଉଥିଲା ଦେଖିଲା ଗୋଟିଏ ଗାଈ ସେହି ନିର୍ଦ୍ଧାରିତ ସ୍ଥାନରେ ଅନବରତ କ୍ଷୀର ଦେଉଛି । ଏକଥା ପ୍ରଘଟ ହେବା ପରେ ରାଜାଙ୍କ କାନକୁ ଗଲା ହେଲେ ରାଜା ଏକଥା କୁ ବିଶ୍ୱାସ ଗଲେ ନାହିଁ ଏବଂ ସୈନ୍ୟ ସାମନ୍ତ ଧରି ସେହି ସ୍ଥାନକୁ ଯାଇ ଖୋଳିବାକୁ ଆଦେଶ ଦେଲେ । ଖୋଳୁଥିବା ସମୟରେ ତାଙ୍କ ଅସ୍ତ୍ରଏକ ଶାଣିତ ପଥରରେ ବାଜିଥିଲା ଏବଂ ସେଥିରୁ ରକ୍ତ ଝରିବାକୁ ଲାଗିଥିଲା। ସେହି ପଥରଟି ହିଁ ଥିଲା ସ୍ୱୟଂ ଶିବଲିଙ୍ଗ। ଏବଂ ଏହି ରାସ୍ତା ଦେଇ ଭଗବାନ ରାମଚନ୍ଦ୍ର ଏବଂ ମାତା ସୀତା ଙ୍କୁ ସହିତ ବନବାସ ରୁ ଫେରୁଥିବା ସମୟରେ ପ୍ରଭୁ ରାମଚନ୍ଦ୍ର ଙ୍କ କୁଣ୍ଡଳ ଲିଙ୍ଗରା ନଦୀ ରେ ଖସି ପଡିଥିଲା ଓ ମାତା ସୀତା ମହାଦେବ ଙ୍କୁ ଏଠାରେ ଆରାଧନା କରିଥିଲେ ଯାହାଫଳରେ ସେହି କୁଣ୍ଡଳଟିଏହି ଠାରୁ ପ୍ରାପ୍ତ ହୋଇଥିଲା ସେହି କୁଣ୍ଡଳ ନାମ ଅନୁଯାୟୀ କୁଣ୍ଡଳେଶ୍ୱର ନାମରେ ପୂଜା ପାଇଲେ। ଯାହାକି
ଏଠାରେ ମହାଦେବଙ୍କୁ ‘କୁଣ୍ଡେଶ୍ୱର ମହାଦେବ ‘ ବୋଲି ସମ୍ବୋଧନ କରାଯାଏ।
ଅଦୃଶ୍ୟ ଜଳଧାରା ଓ କୁଣ୍ଡର ରହସ୍ୟ
ମନ୍ଦିରର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ପବିତ୍ର କୁଣ୍ଡ। ଲୋକବିଶ୍ୱାସ ରହିଛି ଯେ, ଏହି କୁଣ୍ଡର ଜଳ କେବେ ଶୁଖେ ନାହିଁ। ବର୍ଷର ସବୁ ସମୟରେ ଏଠାରେ ସ୍ୱଚ୍ଛ ଜଳ ରହିଥାଏ। ଅନେକ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ମତରେ, ଏହି କୁଣ୍ଡରୁ ଜଳ ଏକ ସୂକ୍ଷ୍ମ ମାର୍ଗ ଦେଇ ଗର୍ଭଗୃହରେ ଥିବା ଶିବଲିଙ୍ଗଙ୍କୁ ଜଳାଭିଷେକ କରିଥାଏ। ଏହି କୁଣ୍ଡରୁ ଜଳ ପାନ କଲେ ଅନେକ ରୋଗରୁ ମୁକ୍ତି ମିଳେ ଏବଂ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ଶ୍ରଦ୍ଧାଳୁଙ୍କର ଅଗାଧ ବିଶ୍ୱାସ ରହିଛି।
ସ୍ଥାପତ୍ୟ ଓ କାରୁକାର୍ଯ୍ୟ
ମନ୍ଦିରର ଶରୀରରେ ଖୋଦିତ ହୋଇଥିବା ପ୍ରାଚୀନ କାରୁକାର୍ଯ୍ୟ କେଉଁ କାଳର ତାହା ସଠିକ୍ ଭାବେ ଜଣାନଥିଲେ ମଧ୍ୟ, ଏହାର ଗଠନ ଶୈଳୀ ଓ ପଥରର ବ୍ୟବହାର ଦେଖିଲେ ଏହା ଏକ ହଜାର ବର୍ଷ ପୂର୍ବର ହୋଇଥାଇପାରେ ବୋଲି ଅନୁମାନ କରାଯାଏ। ମନ୍ଦିରର ପାର୍ଶ୍ୱ ଦେବାଦେବୀ ଯଥା- ଗଣେଶ, କାର୍ତ୍ତିକେୟ ଓ ମା’ ପାର୍ବତୀଙ୍କ ମୂର୍ତ୍ତି ଅତ୍ୟନ୍ତ ମନୋରମ। ପଥର କାନ୍ଥରେ ଥିବା କାରୁକାର୍ଯ୍ୟ ଓଡ଼ିଶାର ଶିଳ୍ପୀଙ୍କ ନିଖୁଣ କଳାର ପରିଚୟ ଦିଏ।
. ପ୍ରାକୃତିକ ପରିବେଶ ରେ ପରିପୂର୍ଣ୍ଣ
ମଧ୍ୟରେ ଏହି ପୀଠ ଅବସ୍ଥିତ। ଚାରିପଟେ ବେଲ, ଗିଲ ଓ ମହୁଲ ଗଛର ଘଞ୍ଚ ଜଙ୍ଗଲ ମଧ୍ୟରେ ମନ୍ଦିରଟି ଥିବାରୁ ଏହା ଏକ ଚମତ୍କାର ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ। ପକ୍ଷୀଙ୍କ କାକଳି ଓ ମନ୍ଦିରର ଘଣ୍ଟ ଧ୍ୱନି ଏଠାରେ ଏକ ଅଲୌକିକ ପରିବେଶ ସୃଷ୍ଟି କରେ। ବିଶେଷ କରି ମହାଶିବରାତ୍ରି ଓ କାର୍ତ୍ତିକ ପୂର୍ଣ୍ଣିମାରେ ଏଠାରେ ଅଖଣ୍ଡ ନାମ ସଂକୀର୍ତ୍ତନ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥାଏ।
”ପୁରାତନ କୁଣ୍ଡର ସ୍ୱଚ୍ଛ ଜଳରେ ମହାଦେବଙ୍କ ପ୍ରତିବିମ୍ବ ଓ ପୂଜା ପରମ୍ପରା, ରକଲା କୁଣ୍ଡେଶ୍ୱର ପୀଠକୁ ଏକ ଅଲୌକିକ ଗାଥାରେ ପରିଣତ କରିଛି।” ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ରୁ ମନୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ



