କୋରିଆନ ର୍ମାଶଲଟ ସ୍କୁଲର ନୂତନ ଶାଖାର ଭୂମି ପୂଜନ
କଟକ ତା ୨୨-୦୨-୨୦୨୬ ରିଖ ସିଡିଏ ସେକ୍ଟର ୬ ସ୍ଥିତ ବ୍ଲକ୍ ୭ ଠାରେ କୋରିଆନ ର୍ମାଶଲଟ ସ୍କୁଲର ନୂତନ ଶାଖାର ଭୂମି ପୂଜନ ହୋଇଯାଇଛି।ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ମ୍ୟୁନିସିପାଲିଟିର ମେୟର ସୁବାସ ସିଂହ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଟାଇକ୍ବୋଣ୍ଡ ଆସୋସିଏସନ୍ ସଭାପତି କୃଷ୍ଣ ଚନ୍ଦ୍ର ଦାସ,କଟକ ଜିଲ୍ଲା ଟାଇକ୍ବାଣ୍ଡୋ ସ୍ପୋର୍ଟସ ଆସୋସିଏସନ୍ ସମ୍ପାଦକ ସୁଦୀପ୍ତା ନନ୍ଦ, କଟକ ଜିଲ୍ଲା ଟାଇକ୍ବାଣ୍ଡୋ ସ୍ପୋର୍ଟସ ଆସୋସିଏସନ୍ ଉପ ସଭାପତି ଚନ୍ଦନ କୁମାର ସାହୁ ସହିତ ସିଡିଏ ସେକ୍ଟର ୬ ଓ୍ବାର୍ଡ କର୍ପୋରେଟର ରୀତାଞ୍ଜଳି ବେହେରା ଉପସ୍ଥିତ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମାଁ ତାରିଣୀ ମନ୍ଦିର ଉନ୍ନୟନ ପରିଷଦ ସଭାପତି ବିଭୁ ପ୍ରସାଦ ପୃଷ୍ଟି କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ସାହୁ,ଅର୍ଦ୍ଧେଦୁ ଶେଖର ମାଝୀ ଉପସ୍ଥିତ ରହି ଏହି ଶୁଭ କାର୍ଯ୍ୟରେ ପିଲା ମାନଙ୍କ ଉପରେ ଶିକ୍ଷା ସହିତ ଟାଇକ୍ବାଣ୍ଡୋ ଖେଳ ପ୍ରତି ଆକୃଷ୍ଟ ହୁଅନ୍ତି ବୋଲି ଅବିଭାବକ ମାନଙ୍କୁ କହିଥିଲେ। ଆଜିର ସମୟରେ ନିଜକୁ ଆତ୍ମ ନିର୍ଭରଶୀଳ ହେବା ସହିତ ନିଜକୁ ଆତ୍ମ ରକ୍ଷା କୌଶଳ ଶିକ୍ଷା ନିହାତି ଦରକାରୀ ବୋଲି କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଟାଇକ୍ବାଣ୍ଡୋ ଖେଳାଳି ମାନଙ୍କୁ ଅଗଷ୍ଟ ମାସରେ ଭଦ୍ରକ ଜିଲ୍ଳାରେ ହୋଇଥିବା ଖେଲୋ ଇଣ୍ଡିଆ ଅସ୍ମିତା ଲିଗ୍ ବିଜେତା ପିଲାମାନଙ୍କୁ ମାନପତ୍ର ସହିତ ମେଡାଲ ପ୍ରଦାନ କରାଯାଇଥିଲା। ତତ୍ ସହିତ ବେଲ୍ଟ ଉପାଧି ପ୍ରଦାନ କରାଯାଇଥିଲା। ଏହି ଭୂମି ପୂଜନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କୋରିଆନ ର୍ମାଶଲଟ ସ୍କୁଲର ସମ୍ପାଦକ ପ୍ରଦୀପ କୁମାର କାଣ୍ଡି।



