ଭୋଗରାଇ: ପଦ୍ମ ଧରିବେ ପୂର୍ବତନ ବିଜେଡି ନେତା ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ । ବିଜେଡିକୁ ଝଟ୍କା ଦେଇ ବିଜେପିରେ ଯୋଗଦେବେ ଭୋଗରାଇର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ। ଏନେଇ ଖୋଦ ଅଭିଜିତ ସୂଚନା ଦେଇଛନ୍ତି । ସେ କହିଛନ୍ତି ମୁଁ ଓ ମୋ ପରିବାର ଖୁବଶୀଘ୍ର ପଦ୍ମ ଧରିବାକୁ ଯାଉଛୁ ।
ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଅଭିଜିତ କହିଛନ୍ତି । ଗତକାଲି ଅଭିଜିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)