
କୋରେଇ ବିଜେପିର ମିଶ୍ରଣ ପର୍ବ
ଆକାଶଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଛାଡି ବିଜେପିରେ ସାମିଲ ହେଲେ ନେତା ଓ କର୍ମୀ
ରସୁଲପୁର ବ୍ଲକ୍ ବଡକଇଁଚି ଗ୍ରାମପଂଚାୟତର ସମିତିସଭ୍ୟ ବିଜେଡି ଛାଡି ବିଜେପିରେ ମିଶିଲେ ।
ବ୍ୟାସନଗର, ୨୮/୦୨ : ଶାସକ ବିଜେପିର ଦେଢବର୍ଷରୁ ଉର୍ଦ୍ଧ୍ୱ ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପି ଆଡକୁ ଢଳୁଛନ୍ତି ଅନ୍ୟଦଳର ପଂଚାୟତ ପ୍ରତିନିଧି ଏବଂ କର୍ମୀ । ଗତ କିଛିଦିନ ହେବ ଅନେକ କର୍ମୀ ଏବଂ ପ୍ରତିନିଧି କୋରେଇ ବିଜେପିରେ ସାମିଲ ହୋଇଥିବାବେଳେ ଆଜି ବ୍ୟାସନଗର ସ୍ଥିତ ବିଧାୟକଙ୍କ ବାସଭବନ ଠାରେ ଏକ ମିଶ୍ରଣ ପର୍ବ ରସୁଲପୁର ବ୍ଲକ୍ ଅନ୍ତର୍ଗତ ବଡକଇଁଚି ଗ୍ରାମପଂଚାୟତର ବିଧାୟକଙ୍କ ପ୍ରତିନିଧି ପ୍ରହଲ୍ଲାଦ ପଣ୍ଡା, ଶଶିଭୂଷଣ ସାହୁ, ପ୍ରକାଶ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକ୍ ବଡକଇଁଚି ଗ୍ରାମ ପଂଚାୟତର ଶତାଧିକ ବିଜୁ ଜନତା ଦଳର ଆଗଧାଡିର କର୍ମୀ ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ବିକଶିତ ଓଡିଶାର ସ୍ୱପ୍ନ ତଥା ମାନନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ, ସ୍ୱଚ୍ଛ କାର୍ଯ୍ୟଶୈଳୀ ସର୍ବପରି କୋରେଇର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ସ୍ୱଚ୍ଛ ନୀତି, ଆଦର୍ଶ ତଥା ବିକଶିତ କୋରେଇ ଗଠନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ସମସ୍ତ ଆଗନ୍ତୁକ ବଡକଇଁଚି ପଂଚାୟତ ପ୍ରତିନିଧି ଓ କର୍ମୀଙ୍କୁ ବିଧାୟକ ବିଜେପି ଦଳକୁ ସ୍ୱାଗତ କରିବା ସହ ଦଳୀୟ ଟୋପି ଓ ଉତରୀୟ ପକାଇ ଭାରତୀୟ ଜନତା ପାର୍ଟିରେ ସାମିଲ କରାଇଥିଲେ । ବିଧାୟକ ଆକାଶ ଦାସନାୟକ ମିଶ୍ରଣ ପର୍ବ ପରେ କୋରେଇ ବିଜେପି ଆହୁରି ଅଧିକ ଶକ୍ତିଶାଳୀ ହେଲା ଏବଂ ରସୁଲପୁର ବ୍ଲକ୍ ସହିତ ବଡକଇଁଚି ଗ୍ରାମ ପଂଚାୟତରେ ବିଜେପି ସ୍ଥିତି ସୁଦୃଢ ହେଲା କହିବା ସହ କୋରେଇ ବିକାଶ ପାଇଁ କରିଥିବା ସଂକଳ୍ପ ନିଶ୍ଚିତ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜି ମିଶ୍ରଣ ପର୍ବ ରସୁଲପୁର ବ୍ଲକ୍ ବଡକଇଁଚି ପଂଚାୟତ ବିଜେଡିକୁ ଶକ୍ତ ଝଟ୍କା ଦେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା କରାଯାଉଛି ।
ଆଜିର ଏହି ମିଶ୍ରଣ ପର୍ବରେ ବଡକଇଁଚି ଗ୍ରାମ ପଂଚାୟତ ସମିତି ସଭ୍ୟ ସୌମ୍ୟରଞ୍ଜନ ରାଉତ, ପୂର୍ବତନ ସରପଂଚ ଗିରିଜା ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ଦାସ, କେଶବ ସାହୁ, ସୁଶାନ୍ତ କୁମାର ମଳ୍ଲିକ, ଆଲୋକ ପହି, ପ୍ରଶାନ୍ତ ତରାଇ, ଅଶାନ୍ତ ତରାଇ, ପ୍ରଭାକର ମଲ୍ଲିକ, ଦୀପକ ପହି, ତପନ ଦ୍ୱିବେଦୀ, ପ୍ରଫୁଲ୍ଲ ସାହୁ, ରାକେଶ ତରାଇ, ରାଜେଶ ଘଡେଇ, ବାବୁ ମଲ୍ଲିକ, କାଳିଆ ତରାଇ, ଚକ୍ରଧର ସାହୁ, ବିକାଶ ତରାଇ, ଜିତେନ୍ଦ୍ର ତରାଇ, ବିଚିତ୍ର ସ୍ୱାଇଁ, ନନ୍ଦକିଶୋର ରଥ, ହିତେଶ ତରାଇ, ଆଶିଷ ତରାଇ, ଅନିଲ ତରାଇ, ଜ୍ୟୋତିପ୍ରକାଶ ରଥ, ଗୌରା ତରାଇ, କୁନା ଦାସ, ଅରୁଣ କାଣ୍ଡି, ରଶ୍ମିରଞ୍ଜନ ବାରିକ, କୁମର ବାରିକ, ପଂଚାନନ ବାରିକ, ନିତ୍ୟାନନ୍ଦ ବାରିକ, ସବଜାନ୍ ଖାନ୍, ମଂଜୁର ଖାନା, ଇରଫାନ୍ ଖାନ୍, ସିକମ୍ ଖାନ୍, ମୁସ୍ତାକିମ୍ ଖାନ୍, ବାବୁ ଖାନ୍, ସତନ୍ ଖାନ୍, ଇଡୋ ଖାନ୍, ଟିପୁ ଖାନ୍, ରାଜା ଖାନ୍, ଜୁନେଦ୍ ଖାନ୍, ରେଜୁଆନ୍ ଖାନ୍, ଜିକନ୍ ତରାଇ, ବାବୁଲା ଗୁରୁ, କାର୍ତିକ ଗୁରୁ, ସାଗର ଗୁରୁ, ଧୁସା ଗୁରୁ, ପିଂଟୁ ଗୁରୁ, ରାମ ଗୁରୁ, ପ୍ରଶାନ୍ତ ସାହୁ, ସଂଘମିତ୍ରା ସାହୁ, ସୁନିତା ସାହୁ, ପ୍ରଶାନ୍ତି ରଥ, ମାନସୀ ତରାଇ, ସ୍ମିତାରାଣୀ ରଥ, ଝିଲି ଓଝା, ସୁୟାନୀ ତରାଇ, ମୁନିଆ ତରାଇ, ପ୍ରମିଳା କାଣ୍ଡି, ଅନ୍ନପୂର୍ଣ୍ଣା ସ୍ୱାଇଁ, ସରସ୍ୱତୀ କାଣ୍ଡି, ସୀତା ବାରିକ, ରୀନା ସାହୁ, କବିତା ସାହୁ, ଅଞ୍ଜନ ସାହୁ, ପ୍ରମିଳା କାଣ୍ଡି, ଅଞ୍ଜଳୀ କାଣ୍ଡି, ସରସ୍ୱତୀ ସାହୁ, ଗାୟତ୍ରୀ ସାହୁ, ଝରଣା ତରାଇ, ଗେଡି ତରାଇ, କବିତା ମଲ୍ଲିକ, ବାସନ୍ତୀ ପତି, ତିଳୋତମା ପତି, ଚାରୁଲତା ତରାଇ, ବାସି ଦ୍ୱିବେଦୀ, ରାମ ସାହୁ, ଝରଣାରାଣୀ କର, କେଶନୀ ତରାଇ, ସୁନିତା ତରାଇ, ସଂଯୁକ୍ତା ସାହୁ, ସୁଭଦ୍ରା ସାହୁ ପ୍ରମୁଖ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ । ଆଜିର ଏହି ମିଶ୍ରଣ ପର୍ବରେ ବଡକଇଁଚି ଗ୍ରାମପଂଚାୟତର ରମେଶ ତରାଇ, ଉଦୟନାଥ ପାଣି, ସୌମେନ୍ଦ୍ର ଦ୍ୱିବେଦୀ, ସୁଦର୍ଶନ ଦ୍ୱିବେଦୀ, ସୁବ୍ରତ ଦ୍ୱିବେଦୀ, ବୀରବର ବାରିକଙ୍କ ସମେତ ଅନେକ ବିଜେପି କର୍ମକର୍ତା ସହଯୋଗ କରିଥିଲେ ।




