ଭୁବନେଶ୍ୱର: ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷା (UPSC) ରେ ଅଲ୍ ଇଣ୍ଡିଆ ର୍ୟାଙ୍କ ୧୦୦ ହାସଲ କରିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ମେଧାବୀ ଛାତ୍ର ସାତ୍ତ୍ୱିକ ସତ୍ୟକାମ ଦେବତା । ସେ ଆଜି ତାଙ୍କ ପିତାମାତାଙ୍କ ସହ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ ।
ସେ କହିଥିଲେ ଯେ, ଏଭଳି ସଫଳତା ରାଜ୍ୟ, ବିଶେଷ କରି କେନ୍ଦୁଝର ଜିଲ୍ଲାର ଅନ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ହେବ ।
ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଲୋକଙ୍କ ସେବା କରିବା ହିଁ ପ୍ରଶାସନିକ ସେବାର ମୂଳ ଲକ୍ଷ୍ୟ । ଦେଶ ଓ ସମାଜର ଉନ୍ନତି ପାଇଁ ନିଷ୍ଠାର ସହିତ କାମ କରିବାକୁ ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କୁ ପରାମର୍ଶ ଦେଇଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


