ଭୁବନେଶ୍ବର: ସାରା ବିଶ୍ୱରେ ପାଳିତ ହେଉଥିବା ଆନ୍ତର୍ଜାତିକ ମହିଳା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ, ବିଶେଷକରି ରାଜ୍ୟର ସମସ୍ତ ମାତୃଶକ୍ତିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଛନ୍ତି, “ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସମସ୍ତ ମାତୃଶକ୍ତିଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ।
ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି । ଆମର ଏହି ସମସ୍ତ ପ୍ରୟାସର ମୂଳ ଲକ୍ଷ୍ୟ ହେଉଛି ନାରୀଶକ୍ତିଙ୍କୁ ସମ୍ମାନ ଓ ସମାନ ସୁଯୋଗ ପ୍ରଦାନ କରିବା। ସ୍ୱାସ୍ଥ୍ୟଠାରୁ ସ୍ୱାବଲମ୍ବନ ପର୍ୟ୍ୟନ୍ତ, ପ୍ରତିଟି କ୍ଷେତ୍ରରେ ନାରୀଶକ୍ତିଙ୍କୁ ଆଗକୁ ନେବା ପାଇଁ ଆମେ ସଙ୍କଳ୍ପବଦ୍ଧ । ଆସନ୍ତୁ, ମହିଳାମାନଙ୍କ ଅଦମ୍ୟ ସାହସ ଓ ସଫଳତାକୁ ଉତ୍ସବ ଭାବେ ପାଳନ କରିବା ଏବଂ ଏକ ସମାନତା ଭିତ୍ତିକ ସମାଜ ଗଠନରେ ସହଭାଗୀ ହେବା ।”
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୃଢ଼ ବିଶ୍ୱାସ ସହ ସରକାର ମହିଳାଙ୍କ ସାମଗ୍ରିକ ବିକାଶ ଓ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସୁଛନ୍ତି । ଓଡ଼ିଶାର ମହିଳାମାନେ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ଆର୍ଥିକ ସ୍ୱାଧୀନତା ପାଉଥିବା ବେଳେ ‘ଲକ୍ଷପତି ଦିଦି’ ଅଭିଯାନ ଜରିଆରେ ନୂତନ ଉଦ୍ୟୋଗୀ ଭାବେ ଆତ୍ମପ୍ରକାଶ କରୁଛନ୍ତି । ଝିଅମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ଯୋଜନା ଶିକ୍ଷା କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବାକୁ ଯାଉଥିବା ବେଳେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରୁଛି । ସେହିପରି ‘ମମତା’ ଓ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା’ ଯୋଜନା ଜରିଆରେ ମା’ ଓ ଶିଶୁ କଲ୍ୟାଣକୁ ସୁନିଶ୍ଚିତ କରାଯାଉଛି । ‘ସୁଭଦ୍ରା ୱେଲନେସ୍ ସେଣ୍ଟର’ ଓ ‘ସୁଭଦ୍ରା ଶକ୍ତି ସମ୍ବାଦ’ ଭଳି ଅଭିନବ ପ୍ରୟାସ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସଚେତନତାକୁ ଆହୁରି ମଜବୁତ କରୁଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

