ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର ଓ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ । ଅନ୍ୟପଟେ ବିଜେଡ଼ିର ସନ୍ତୁପ୍ତ ମିଶ୍ର ମଧ୍ୟ ବିଜୟୀ ହୋଇଛନ୍ତି। ଓଡ଼ିଶା ବିଧାନସଭାର ସମସ୍ତ ୧୪୭ ଜଣ ସଦସ୍ୟ ଏହି ନିର୍ବାଚନରେ ମତଦାନ କରିଥିଲେ।
୨୦୨୪ ବିଧାନସଭା ନିର୍ବାଚନରେ ଭାଜପାର ବିଜୟ ପରେ ଏହି ଫଳାଫଳ ରାଜ୍ୟ ରାଜନୀତିରେ ଦଳର ସ୍ଥିତିକୁ ଆହୁରି ମଜଭୁତ କରିଛି। ଅନ୍ୟପଟେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭାଜପା ବିରୋଧରେ ‘ଘୋଡ଼ା ବେପାର’ର ଅଭିଯୋଗ ଆଣିଛନ୍ତି। ତେବେ ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ଓ ଦତ୍ତେଶ୍ବରଙ୍କ ମଧ୍ୟରେ କଡା ଟକ୍ଟର ଦେଖିବାକୁ ମିଳିଥିଲା। ବିଜେଡି ଓ କଂଗ୍ରେସ ଦତ୍ତେଶ୍ବରଙ୍କୁ ଜିତାଇବା ପାଇଁ ଲାଗି ପଡିଥିବା ବେଳେ ଦିଲ୍ଲୀପଙ୍କୁ ଜିତାଇବା ପାଇଁ ବିଜେପି ମଧ୍ୟ ରଣ କୌଶଳ ତିଆରି କରିଥିଲା। ଶେଷରେ କଂଗ୍ରେସ ଓ ବିଜେଡି ବିଧାୟକଙ୍କ କ୍ରସ ଭୋଟିଂ ସବୁକିଛି ବିଗାଡି ଦେଇଥିଲା। କଂଗ୍ରେସର ୩ ବିଧାୟକ ଓ ବିଜେଡିର ୮ ବିଧାୟକ କ୍ରସ ଭୋଟିଂ କରିଥିଲେ। ୧୧ ବିଧାୟକଙ୍କ କ୍ରସ ଭୋଟିଂରେ ଦିଲ୍ଲୀପ ରାଜ୍ୟସଭା ଆସନ ହାତେଇଛନ୍ତି ।



