
ବଅଁରପାଳରେ ଭାରତ ବନ୍ଦର ପ୍ରଭାବ ପରିଲକ୍ଷିତ: ଅନୁଗୋଳ ଜିଲ୍ଲା
ଜେ ବି ଏନ, ୮/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର ଆଇଚ), ବଅଁରପାଳ : କେନ୍ଦ୍ର ସରକାର ଙ୍କ ସଂସଦରେ ଚାଷୀ ଓ ଶ୍ରମିକ ମାରଣ ଆଇନ୍ (ନୀତି) ପ୍ରତିବାଦରେ ଭାରତୀୟ କିଷାନ ୟୁନିଅନ ର ସରକାରଙ୍କ ବିରୁଦ୍ଧରେ ଦିଆଯାଇଥିବା ଆଜିର ‘ଭାରତ ବନ୍ଦ’ ଡାକରା ରେ ୪୦ ରୁ ଅଧିକ କୃଷକ ସଂଗଠନ, କଂଗ୍ରେସ ସମେତ ବହୁ ବିରୋଧୀ ଦଳ ଓ ଶ୍ରମିକ ସଂଗଠନ ମାନେ ସମର୍ଥନ କରିଥିବାର ପ୍ରଭାବ ବଅଁରପାଳ ରେ ଦେଖାଯାଇଛି l
କଂଗ୍ରେସ ଯୁବ ନେତା ବିନୋଦ କୁମାର ମାଝୀଙ୍କ ନେତୃତ୍ଵରେ ଶତାଧିକ କର୍ମୀ ବଅଁରପାଳ ଛକରେ ଦଳୀୟ ପତାକା ଧରି ରାଜରାସ୍ତା ଅବରୋଧ କରିବା ସହ କେନ୍ଦ୍ର ସରକାରଙ୍କ ଚାଷୀ ଓ ଶ୍ରମିକ ମାରଣ ଆଇନକୁ ନିନ୍ଦା କରିବା ସହ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ l
ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ଢେଙ୍କାନାଳ ଜିଲ୍ଲା INTUC ର ଉପ ସଭାପତି ଦିଲୀପ କୁମାର ରାଉତ, ଆନ୍ଦୋଳନରେ ସାମିଲ ହୋଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଦିଲୀପ ସାମଲ, ଭରତ ଚନ୍ଦ୍ର ବେହେରା, ଜଗନ୍ନାଥ ବେହେରା, ଲମ୍ବୋଦର ଦାସ, ଉଛବ ସାମଲ, ଦୁଃଶାସନ ଦାସ, ରଣଜିତ ଗଡନାୟକ, ରଞ୍ଜନ କୁମାର ପରିଡା, ସୁଶାନ୍ତ ମହାପାତ୍ର, ପେହେଲ ଠାକୁର, ବାବୁ ଭାଇଙ୍କ ସମେତ ବହୁ କଂଗ୍ରେସ କର୍ମୀ ଆନ୍ଦୋଳନ ରେ ଯୋଗ ଦେଇଥିଲେ l ରାସ୍ତା ଅବରୋଧ ସମୟରେ ବଅଁରପାଳ ଛକ ର ତିନି ପାର୍ଶ୍ଵ ରାଜରାସ୍ତାରେ ବହୁ ସଂଖ୍ୟାରେ ଗାଡି ମୋଟର ଅଟକି ରହିଥିଲା l ଏହି ଭାରତ ବନ୍ଦ ସମୟରେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ଓ ଆନ୍ଦୋଳନ କାରୀ ମାନେ ସାପ୍ତାହିକ ହାଟ ଉପରେ ହସ୍ତକ୍ଷେପ କରି ନଥିଲେ ଏବଂ ସାପ୍ତାହିକ ହାଟ ଠିକ୍ ଭାବେ ଶେଷ ହୋଇଥିଲା l




