
Corona update : ଅନୁଗୋଳ ଜିଲ୍ଲା
ଆଜି ଅନୁଗୋଳ ଜିଲ୍ଲାରୁ ୨୮ ଜଣ କରୋନା ପଜିଟିଭ ଚିହ୍ନଟ
– ପଜିଟିଭ ସଂଖ୍ୟା ୧୧୧୪୫ ରେ ପହଞ୍ଚିଲା – ସୁସ୍ଥ ହେଲେ ୫୨ ଜଣ
ଜେ ବି ଏନ, ୮/୧୨/୨୦୨୦, ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲାରେ ୨୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ଆଜି ( ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୯୫ ରେ ରହିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ବଅଁରପାଳ ବ୍ଳକ୍ ଅଂଚଳରୁ ୧୧ଜଣ ( ୭ଜଣ ପୁରୁଷ ଓ ୪ ଜଣ ମହିଳା ) , ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୭ଜଣ ( ୩ ଜଣ ପୁରୁଷ ଓ ୪ଜଣ ମହିଳା ) , ତାଳଚେର ବ୍ଳକ୍ ଅଂଚଳରୁ ୪ଜଣ ( ୨ଜଣ ପୁରୁଷ ଓ୨ ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୩ଜଣ ( ୩ ଜଣ ପୁରୁଷ ) , କଣିହାଁ ବ୍ଳକ୍ ଅଂଚଳରୁ ୨ଜଣ ( ୨ଜଣ ପୁରୁଷ ) ଓ ତାଳଚେର ପୌରାଞ୍ଚଳରୁ ୧ଜଣ ( ୧ଜଣ ମହିଳା ) ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଆଜି ଅନୁଗୋଳ ବ୍ଳକ , , କିଶୋରନଗର ବ୍ଳକ , ପାଲଲହଡା ବ୍ଳକ , ଆଠମଲ୍ଲିକ ବ୍ଳକ୍ ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦ ଅଂଚଳରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ୫୨ଜଣ ସୁସ୍ଥ ହୋଇଛନ୍ତି । ସେମାନଂକ ମଧ୍ୟରେ ୩ଜଣ କୋଭିଡ ହସପିଟାଲରୁ ଓ ୪୯ଜଣ ହୋମ Isolation ରୁ ସୁସ୍ଥ ହୋଇଛନ୍ତି ।




