ଜୁନାଗଡରେ ଜନଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କ ତାଲିମ ଶିବିର ଅନୁଷ୍ଠିତ l

ଜୁନାଗଡ, – (ଜାଗ୍ରତ ଭାରତ) (ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ)।: କଳାହାଣ୍ଡି ଜିଲ୍ଲା ଜୁନାଗଡ ତହସିଲଦାର ରଘୁନାଥ ମୁଣ୍ଡାରି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଠାରେ ଜନଗଣନା ୨୦୨୭ ପାଇଁ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଅଛି | ଗୃହ ତାଲିକା କରଣ ପରିଚାଳନା ଏବଂ ଗୃହ ଜନଗଣନା ପାଇଁ ୧୯ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଏହି ତାଲିମ ଶିବିର ଅନୁଷ୍ଠିତ ହେବ l ପ୍ରଥମ କରିଏହି ଜନଗଣନା ଏକ ନୂଆ ରୂପ ରେ ଯାହାକି ଡିଜିଟାଲ ମୋଡରେ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି । ଏଥିପାଇଁ ଜୁନାଗଡ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି I ୨୦୧୧ ଜନଗଣନା ପରେ ଏହି ସେନସସ କାର୍ଯ୍ୟକ୍ରମ ପ୍ରଥମ କରି ସମ୍ପୂର୍ଣ୍ଣ ଡିଜିଟାଲ ମୋଡ ରେ ହେବ ଏଣୁ ୯ ଦିନ ବ୍ୟାପୀ ନିୟୋଜିତ ହେବାକୁ ଥିବା ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି ।ଜୁନାଗଡ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଏହି ଶିବିରକୁ ଶୁଭାରମ୍ଭ କରି ଡିଜିଟାଲ ମୋଡରେ କିଭଳି ସେନସସ କରିବେ ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ । ତହସିଲଦାର ଓ ଜୁନାଗଡ ଜନଗଣନା ଅଧିକାରୀ ରଘୁନାଥ ମୁଣ୍ଡାରି ପ୍ରଥମେ ସମସ୍ତଙ୍କୁ ସ୍ୱାଗତ କରିଥିବାବେଳେ ଏହି ଜନଗଣନା କାର୍ଯ୍ୟକ୍ରମକୁ ନିର୍ଭୁଲ ଓ ସଠିକ ତଥ୍ୟ ସଂଗ୍ରହକରି ସମସ୍ତେ ନିଜ ଦାୟିତ୍ଵ ସମ୍ପନ୍ନ କରିବା ନେଇ ଗୁରୁତ୍ୱାରୋପ କରିଥିଲେ। ଶିବିରକୁ ଜୁନାଗଡ ତହସିଲ ର ବରିଷ୍ଟ କିରାଣୀ ପ୍ରଭଞ୍ଜନ ପlତ୍ର, , କ୍ଷେତ୍ର ପ୍ରଶିକ୍ଷକ ପ୍ରିୟ ବ୍ରତ ବାଣୁଆ, ବିଶ୍ଵ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l



