ଋଷିମାଳ ପର୍ବତରେ ପ୍ରକୃତି ଶିବିରର ଆୟୋଜନ
ବାଲିଗୁଡା, ତା, ୨୦/୦୩ : (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟର ଛତ୍ରଛାତ୍ରୀ ମାନଙ୍କୁ ନେଇ ତମାଙ୍ଗି ଗ୍ରାମ ନିକଟସ୍ଥ ଋଷିମାଳ ପର୍ବତରେ ଶିକ୍ଷାନୁଷ୍ଠାନ ତରଫରୁ ଏକ ପ୍ରକୃତି ଶିବିରର ଆୟୋଜନ ହୋଇଯାଇଥିଲା। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସେଣ୍ଟର ଫର ଏନଭାଇରନମେଣ୍ଟାଲ ଷ୍ଟଡିସ ର ସହେଯାଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଷାଠିଏ ଛାତ୍ର ଛାତ୍ରୀ ଙ୍କ ସହ ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।ପ୍ରାକୃତିକ ଶୋଭା ରେ ଭରପୁର ଓ ଋଷିକୁଲ୍ୟା ନଦୀର ଉତ୍ପତ୍ତିସ୍ଥଳ ଭାବରେ ପରିଚିତ ଏହି ସ୍ଥାନରେ ପରିବେଶବିତ୍ ତଥା ବ୍ରାହ୍ମଣୀ ଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃପାସିନ୍ଧୁ ସିଂ ଶିକ୍ଷାର୍ଥୀଙ୍କୁ ପ୍ରକୃତି ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ବିଷୟରେ ସଚେତନ କରାଇଥିଲେ। ସ୍ଥାନୀୟ ଅଧିବାସୀଙ୍କ ଗହଣରେ ପିଲାମାନେ ମହାବାରୁଣିଙ୍କ ଆଧ୍ୟାତ୍ମିକ ମହତ୍ତ୍ୱ ଏବଂ ଏହାର ଅତୀତ ପରମ୍ପରା ସମ୍ପର୍କରେ ଅବଗତ ହୋଇଥିଲେ । ନିକଟସ୍ଥ ଜଙ୍ଗଲକୁ ଯାଇ ଲୁପ୍ତପ୍ରାୟ ବାଦୁଡି ଙ୍କର ପ୍ରକାରଭେଦ,ପରିସଂସ୍ଥା, ପରିବେଶରେ ଗୁରୁତ୍ୱ ଓ ବର୍ତମାନ ସମୟରେ ଏହାର ବିଲୁପ୍ତିର କାରଣକୁ ବୁଝିଥିଲେ । ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ସହେଯାଗ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

