ସାତକମା ସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ,ବିଦାୟୀ ଓ ଅନ୍ୟ ଛାତ୍ର ଛାତ୍ରୀଙ୍କୁ ମାଗଣା କୋଚିଂ ଘୋଷଣା

କୁଚିଣ୍ଡା:୨୫/୩: କୁଚିଣ୍ଡା ଉପକଣ୍ଠ ସାତକମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଅଷ୍ଟମ ଶ୍ରେଣୀର ଛାତ୍ର,ଛାତ୍ରୀଙ୍କୁ ବେଶ୍ ଶୋକାକୁଳ ପରିବେଶରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି ।

ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁରଭି ନାୟକ ଙ୍କ ସଭାପତିତ୍ବ ଓ ବରିଷ୍ଠ ଶିକ୍ଷକ କୋଶଳେଶ୍ୱର ଖର୍ସେଲଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷାବିତ୍ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଦାୟୀ ଛାତ୍ର,ଛାତ୍ରୀ ଙ୍କ ଭବିଷ୍ୟତ ଉଜ୍ଜ୍ବଳ କାମନା କରିବା ସହିତ ଗ୍ରୀଷ୍ମ ଛୁଟି ଓ ପ୍ରତ୍ୟେକ ରବିବାରରେ ପୁରାତନ ଛାତ୍ର ସଂଘ ପକ୍ଷରୁ ମାତ୍ର ଏକଟଙ୍କା ବିନିମୟରେ ବିଦାୟୀ ଛାତ୍ର,ଛାତ୍ରୀ ଓ ବର୍ତ୍ତମାନ ର ଛାତ୍ର ଛାତ୍ରୀ ଙ୍କୁ କୋଚିଂ ଦିଆଯିବ ବୋଲି ଘୋଷଣା କରିଥିଲେ ।ମୁଖ୍ୟ ବକ୍ତା ଭାବରେ ସହକାରୀ ଶିକ୍ଷୟିତ୍ରୀ ଜସ୍ପିତ୍ କୌର ଯୋଗ ଦେଇ ନାରୀ ଶିକ୍ଷାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ଗୁଦ ଗୁଦା ସାହିତ୍ୟ ସଂସଦ ର ସମ୍ପାଦକ ବନମାଳୀ ନାମ ଦେଓ ଯୋଗଦାନ କରି ପିତା ମତ ଙ୍କୁ ସମସ୍ତେ ସମ୍ମାନ ଦେବା ଉଚିତ୍ ବୋଲି କହିଥିଲେ ।ଛାତ୍ରୀ ଲିଲିନା ରୋହିଦାସ ଓ ପଙ୍କଜିନୀ ରୋହିଦାସ ସଙ୍ଗୀତ ମଧ୍ୟମ ରେ ବିଦାୟ ଦେଇଥିବା ବେଳେ ବିଦାୟୀ ଛାତ୍ର ,ଛାତ୍ରୀ ଙ୍କ ମଧ୍ୟରୁ ସୁଶ୍ରୀତା ପରୁଆ, ରଞ୍ଜିତା ସାହୁ , ସୁରେଖା ବୁଡା, ଧରିତ୍ରୀ ଦେହୁରୀ, ଭାଷଣ ଦେଇ ସ୍କୁଲ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ସମସ୍ତ ବିଦାୟୀ ଛାତ୍ର,ଛାତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ଓ ପୁସ୍ତକ ପ୍ରଦାନ କରି ବିଦାୟ ପ୍ରଦାନ କରିଥିବା ବେଳେ ଚଳିତ ବର୍ଷ ପଠାଣି ସ।ଅନ୍ତ ବୃତ୍ତି ପାଇବାକୁ ଚୟନ ହୋଇଥିବା ଛାତ୍ରୀ ବିନ୍ଦିଆୟ ସାହୁ ଓ ପ୍ରକୃତି ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପ୍ରାରମ୍ଭ ରେ ସହକାରୀ ଶିକ୍ଷକ ବଦ୍ୟନଥ ଷଣ୍ଢ ସ୍ଵାଗତ ଭାଷଣ,ବରିଷ୍ଟ ଶିକ୍ଷକ କୋଶଳେଶ୍ୱର ଖର୍ସେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସହକାରୀ ଶିକ୍ଷୟିତ୍ରୀ ସ୍ନେହଲତା ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।ଏହା ପରେ ଏକନ୍ତି ନାୟକ, ସଲୋନି ମାକର ଓ ସ୍ୱାତୀ ପଧାନ ଙ୍କ ପରିଚାଳନା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍




