ଢେଙ୍କାନାଳରେ ମା’ କାକଟପୁର ମଙ୍ଗଳାଙ୍କ ଚଇତି ଘଟ ପୂଜା: ମା’ଙ୍କ ଘଟ ଧରି କାଳେସୀ ରଞ୍ଜନ ମହାପାତ୍ରଙ୍କ ପୂଜାର୍ଚ୍ଚନା
ଢ଼େଙ୍କାନାଳ ୨୮/୦୩ : ଢେଙ୍କାନାଳ ସହରର ଲକ୍ଷ୍ମୀ ବଜାର ସୁପରମାର୍କେଟ ପଛପଟେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। ପବିତ୍ର ଚୈତ୍ର ମାସ ଅବସରରେ ମା’ କାକଟପୁର ମଙ୍ଗଳାଙ୍କ ଚଇତି ଘଟ ପୂଜା ଅତ୍ୟନ୍ତ ନିଷ୍ଠାର ସହ ଅନୁଷ୍ଠିତ ହୋଇଯାଇଛି।
ମା’ଙ୍କ ମୁଖ୍ୟ କାଳେସୀ ରଞ୍ଜନ ମହାପାତ୍ର ମା’ଙ୍କର ଘଟ ଧରି କରି ପୂଜାର୍ଚ୍ଚନା କରିଥିଲେ। ଫୁଲ, ଫଳ, ଦୀପ, ଧୂପ ଓ ନୈବେଦ୍ୟ ଅର୍ପଣ କରି ଅଞ୍ଚଳର ମଙ୍ଗଳ କାମନା କରାଯାଇଥିଲା। ଏହି ପାରମ୍ପରିକ ପୂଜାକୁ ଦେଖିବା ପାଇଁ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।



