ଆଜି ଶ୍ରମ କାର୍ଡ ଓ ସହାୟତା ରାଶି ବଣ୍ଟନ

ଶ୍ରମ ବିଭାଗ ଦ୍ଵାରା ଶ୍ରମ କାର୍ଡ ଓ ସହାୟତା ରାଶି ବଣ୍ଟନ । ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଛନ୍ତି ଓଡ଼ିଶା ସରକାରଙ୍କର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ , ପାଳଲହଡା ନିର୍ବାଚନ ମଣ୍ଡଳୀ ବିଧାୟକ ଅଶୋକ କୁମାର ମହାନ୍ତି , ତାଳଚେର ଉପ ଜିଲ୍ଲାପାଳ , କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଶ୍ରମ କାର୍ଡ ଯୋଜନା ଦ୍ୱାରା ବିବାହ ପାଇଁ ଆର୍ଥିକ ସହାୟତା ଅର୍ଥ ରାଶି ୫୦ ହଜାର ଟଙ୍କା ଏବଂ ଅକାଳ ବିୟୋଗ ପାଇଁ ୩ ଲକ୍ଷ ୫ ହଜାର ଓ ୨ ଲକ୍ଷ ୫ ହଜାର ଟଙ୍କା ଲେଖାଏଁ ସହାୟତା ଅର୍ଥ ରାଶି ହିତାଧିକାରୀମାନଙ୍କୁ ବଣ୍ଟନ କରିବା ସହିତ ସରକାର ଯୋଗାଉଥିବା ସମସ୍ତ ଯୋଜନା ବିଷୟରେ ଅବଗତ କରାଇଲେ । ଶ୍ରମିକ ପଞ୍ଜୀକରଣ ପତ୍ର ଓ ସହାୟତା ପ୍ରଦାନ କରିବା ସହ ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ କାମ କରୁଛନ୍ତି ଏବଂ ଆମ ସରକାର ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରୁଛୁ । ଶ୍ରମିକ କାର୍ଡ ଥିବା ମୃତକ ପରିବାରକୁ ସହାୟତା , ବିଭାଘର ରାଶି ପ୍ରଦାନ କରାଯାଇଛି ।କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,



