ବଅଁରପାଳ,୨୮.୩(ଜାଗ୍ରତ ଭାରତ ନ୍ୟୁଜ୍)- ବଅଁରପାଳ ତହସିଲ କାର୍ଯ୍ୟାଳୟ ସମ୍ମୁଖ ପରିବା ମାର୍କେଟରେ ଚଳିତ ବର୍ଷ ଠାରୁ ପ୍ରଥମ ଥର ପାଇଁ ମା’ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ ହୋଇଛି l ଗତ ମଙ୍ଗଳବାର ବହୁ ସଂଖ୍ୟକ ପୁରୁଷ ଓ ମହିଳା ଭକ୍ତ ବ୍ରାହ୍ମଣୀ ନଦୀର ଦାସନାଳୀ ଏନଟେକ ଘାଟରୁ ପୂଜାପାଠ ପୂର୍ବକ କଳସରେ ପବିତ୍ର ଜଳ ସଂଗ୍ରହ କରି ବିରାଟ ଶୋଭାଯାତ୍ରାରେ ଆସି ପୂଜାମଣ୍ଡପରେ ସ୍ଥାପନ କରିବା ପରେ ନୂତନ ମଣ୍ଡପ ପ୍ରତିଷ୍ଠା କରା ଯାଇଥିଲା l ବୁଧବାର ପ୍ରଭାତରୁ ସୂର୍ଯ୍ୟପୂଜା, ମା’ ଙ୍କ ଜୀବନ୍ୟାସ, ଚକ୍ଷୁଦାନ ସହ ରୀତିନୀତି ଅନୁଯାୟୀ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରା ଯାଇଥିଲା l ଶୁକ୍ରବାର ହୋମଯଜ୍ଞ ଆଦି କର୍ମ ସହ ପୂର୍ଣ୍ଣାହୁତି ଦିଆ ଯାଇଥିଲା l ୫୫ ଜାତୀୟ ରାଜପଥ ଠାରୁ ପୂଜାମଣ୍ଡପ ପର୍ଯ୍ୟନ୍ତ ତୋରଣ, ରଙ୍ଗୀନ ଆଲୋକମାଳା ସହ ମଣ୍ଡପର ଆଭ୍ୟନ୍ତରୀଣ ଭାଗକୁ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇଛି l ଅଞ୍ଚଳରେ ଏହି ପୂଜା ଏକମାତ୍ର ଓ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବାରୁ ସନ୍ଧ୍ୟା ହେଲେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳୁଛି l ଆଚାର୍ଯ୍ୟ ମାର୍କଣ୍ଡ ଦାଶ, ମୀନକେତନ ମିଶ୍ର, ରାନୁରାଜ ପାଣି, ଅଶ୍ୱିନୀ ମିଶ୍ର ଓ ସହଯୋଗୀ ମାନେ ପୂଜାକର୍ମ ସମ୍ପାଦନ କରିଥିଲେ l ସଭାପତି ସୁବାଷ ଚନ୍ଦ୍ର ବାଘ, ସମ୍ପାଦକ ସିପୁନ ଦାଶଙ୍କ ସମେତ ସାଗର ବିଶ୍ୱାଳ, ପ୍ରଭାତ ରଣା, ମାତୃପ୍ରସାଦ ସେନାପତି, ପ୍ରବୀଣ ବିଶୋଇ, ବିଶ୍ୱଜିତ ବରାହ, ରୋହିତ ବେହେରା, ଦିବ୍ୟରଞ୍ଜନ ଭୁତିଆ, ବିଶ୍ୱଜିତ ଦାଶ, ତ୍ରିଲୋଚନ ଭୁତିଆ, ବିଶ୍ଵମିତ ସେନାପତି ପ୍ରମୁଖ କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି l ରବିବାର ବିସର୍ଜନ ହେବ ବୋଲି କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି l

April 19, 2026/
No Comments


