ବଚପନ ପ୍ଲେ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଅଁରପାଳ, ୨୯/୩,(ଜାଗ୍ରତ ଭାରତ ନ୍ୟୁଜ୍) – ବଅଁରପାଳ ବ୍ଲକ ବୁଢ଼ାପଙ୍କ ପଞ୍ଚାୟତ ଠାରେ ଥିବା ବଚପନ ପ୍ଲେ ସ୍କୁଲ ର ପ୍ରଥମ ବାର୍ଷିକ ଉତ୍ସବ ଗତ ଶନିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ତାଳଚେର ବି.ଡି.ଓ ଯୋଗ ଦେଇ ଅନ୍ୟ ସମ୍ମାନିତ ଅତିଥି ଙ୍କ ସହ ପ୍ରଦୀପ ପ୍ରଜ୍ବଳନ କରି ତାଙ୍କ ବକ୍ତବ୍ୟ ରେ କହିଥିଲେ, ବଅଁରପାଳ ଠାରେ ବଚପନ ପ୍ଲେ ସ୍କୁଲ ଭଳି ଏକ ଜାତୀୟ ସ୍ତରୀୟ ଖୋଲା ଯାଇଥିବାରୁ ଓ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ନାଚ ଖେଳ କୁଦ ମାଧ୍ୟମରେ ପିଲା ମାନଙ୍କୁ ଶିକ୍ଷାଦାନ କରାଯାଇଥିବା ଜାଣି ମୁଁ ଅତ୍ୟନ୍ତ ଖୁସି ସ୍କୁଲ ସ୍ୱତ୍ତ୍ୱାଧିକାରୀ ସାମଲ ପରିବାର ଓ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରିନ୍ସିପାଲ ଙ୍କୁ ଧନ୍ୟବାଦ ଦେଇଛନ୍ତି ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶ୍ରୀ ଟଙ୍କଧର ସାମଲ, ଅଖିଳ କୁମାର ମହାପାତ୍ର, ଓ ବୁଢାପଙ୍କ ପୂର୍ବତନ ସରପଞ୍ଚ ଉଚ୍ଛବ ଦେହୁରୀ ଯୋଗ ଦେଇଥିଲେ। ସ୍କୁଲ ର ନିର୍ଦେଶକ ସୁଜିତ କୁମାର ସାମଲ, ଅଜିତ କୁମାର ସାମଲ, ସୁଵାସିନ ସାମଲ, ସ୍ଵପ୍ନା ରାଣୀ ସାମଲ, ସସ୍ମିତା ସାମଲ, ଉତ୍ସବରେ ଉପସ୍ଥିତ ଥିଲେ ସ୍କୁଲ ର ପ୍ରିନ୍ସିପାଲ ଗୋବିନ୍ଦ ରାଓ ମଞ୍ଚ ପରିଚାଲନା କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ସ୍କୁଲ ର କୁନି କୁନି ପିଲା ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ କୃତି ଛାତ୍ର ଛାତ୍ରୀଙ୍କ ପୁରସ୍କାର ବଣ୍ଟନ କରାଯାଇଥିଲା ।




