ସମାଜସେବୀ ସର୍ବେଶ୍ଵର ବେହେରାଙ୍କ ବିୟୋଗରେ ଭକ୍ତିପୃତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଯାଜପୁର —- ସମାଜସେବୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ତଥା ପରୋପକାରୀ ସର୍ବେଶ୍ଵର ବେହେରାଙ୍କ ବିୟୋଗରେ ଭକ୍ତିପୃତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ସେ ହେଉଛନ୍ତି ପୃର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ସାନ ଭାଇ। କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ, ରାଜନଗର ର ପୃର୍ବତନ ବିଧାୟକ ଅଂଶୁମାନ ମହାନ୍ତି,ଙ୍କ ସମେତ ବହୁ ଲୋକ ଘରକୁ ଆସି ସମବେଦନା ଜଣାଇ ଥିଲେ।ପରେ ଏକ ସ୍ତୁତି ସଭା ଚ ଉଦ କୁଲାଟ ସ୍ଥିତ ତମାଳ ଶାସନ ର ରଥଦାଣ୍ଡ ରେ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ କଟକର ମେୟର ସୁବାଷ ସିଂ, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ର ସଭାପତି ,ଜିଲ୍ଲା ପରିଷଦ ର ସଭ୍ୟା,ସଭ୍ୟ, କେନ୍ଦ୍ରାପଡ଼ା ର ପୃର୍ବତନ ବ୍ଳକ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପଞ୍ଚାନନ ବେହେରା, ଆଲୋକ ରଂଜନ ଧଳ, ଅଶୋକ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-23-scaled.jpg)

