ସରସ୍ଵତୀ ଶିଶୁ ମନ୍ଦିରରେ ଉତ୍କଳ ଦିବସ ଓ ବିଦ୍ୟା ଆରମ୍ଭ ଦିବସ ପାଳିତ
ତାଳଚେରେ ତା ୦୨ /୦୪/୨୬ ସ୍ବତନ୍ତ୍ର ଓଡ଼ିଶା ଗଠନ ପାଇଁ ସାରା ରାଜ୍ୟରେ ଉତ୍କଳ ଦିବସ ପାଳନ କରାଯାଉଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ଧୁମ୍ ଧାମରେ ପାଳନ କରାଯାଉଛି ଏହି ଅବସରରେ ବୁଧବାର ଦିନ ତାଳଚେର ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଉତ୍କଳ ଦିବସ ଓ ଛାତ୍ର ଛାତ୍ରୀ ଙ୍କ ପାଇଁ ସ୍କୁଲ ରେ ପ୍ରଥମ ଦିନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଅଚାର୍ଯ୍ୟ ଶ୍ରୀଯୁକ୍ତ ବାବୁଲି ସାମଲ ଯଜ୍ଞ ରେ କର୍ତ୍ତା ହୋଇ ଯଜ୍ଞକୁ ଆଗେଇ ନେଇଥିଲେ। ନୂତନ ନାମ ଲେଖାହୋଇଥିବା ଶିଶୁ ଭାଇ ଭଉଣୀ ନୂତନ ଅଭିଭାବକ ଅଭିଭାବିକା ତଥା ବିଦ୍ୟାଳୟ ରେ ପଢ଼ୁଥିବା ଅନ୍ୟାନ୍ୟ ଶିଶୁ ଭାଇ ଭଉଣୀ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଯଜ୍ଞ ମଣ୍ଡପ ର ଶୋଭା ବର୍ଦ୍ଧନ କରିଥିଲେ।ବିଦ୍ୟାଳୟର ଗୁରୁଜୀ ଶ୍ରୀଯୁକ୍ତ ସୁରେନ୍ଦ୍ର ସାହୁ ଉତ୍କଳ ଦିବସ ଉପରେ ଶିଶୁ ଭାଇ ଭଉଣୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ।ସହପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦୟାନିଧି ଦାସଙ୍କ ସଂଯୋଜନା ଓ ସମସ୍ତ ଗୁରୁଜୀ,ଗୁରୁମା , ସେବକ ସେବୀକାଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନେ ନିଜକୁ ସାମିଲ୍ କରି ଖୁସି ଅନୁଭବ କରିଥିଲେ।।



