ବାଣିଜ୍ୟ, ଶିଳ୍ପ, ଶକ୍ତି, ସାର, ସଂଯୋଗୀକରଣ ଏବଂ ଗତିଶୀଳତା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଗୁରୁତ୍ବ ଦେଇଛନ୍ତି। ସେମାନେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ନୂତନ ସୁଯୋଗ ଅନୁସନ୍ଧାନ କରୁଛନ୍ତି ବୋଲି ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ମାନ୍ତୁରୋଭ ଏବଂ ଜୟଶଙ୍କର ପଶ୍ଚିମ ଏସିଆର ସଂଘର୍ଷ ସମେତ ଆଞ୍ଚଳିକ ଏବଂ ବିଶ୍ୱର ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ।
ରୁଷ ଦୂତାବାସ ଏକ ବିବୃତିରେ କହିଛି ଯେ ମାନ୍ତୁରୋଭ ସୁନିଶ୍ଚିତ କରିଛନ୍ତି ଯେ, ରୁଷ କମ୍ପାନୀଗୁଡ଼ିକ ଭାରତୀୟ ବଜାରରେ ତୈଳ ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସର ଯୋଗାଣକୁ ନିରନ୍ତର ବୃଦ୍ଧି କରିବାର କ୍ଷମତା ରଖିଛନ୍ତି। ମାନ୍ତୁରୋଭ କହିଛନ୍ତି, ରୁଷ୍ ୨୦୨୫ ଶେଷ ସୁଦ୍ଧା ଭାରତରେ ଚାହିଦା ଥିବା ଖଣିଜ ସାରର ଯୋଗାଣ ୪୦ ପ୍ରତିଶତ ବୃଦ୍ଧି କରିଛି। ଆଗକୁ ମଧ୍ୟ ରୁଷ୍ ଭାରତର ଆବଶ୍ୟକତା ପୂରଣ କରିବ। ଆମେରିକା ରୁଷ୍ ତୈଳ ଉପରେ କଟକଣା ହଟେଇବା ପରେ ମସ୍କୋ ଭାରତ ପାଇଁ ସର୍ବବୃହତ ଶକ୍ତି ଯୋଗାଣକାରୀ ପାଲଟିଛି। ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ବୈଷୟିକ ଏବଂ ସାଂସ୍କୃତିକ ସହଯୋଗ ଉପରେ ରୁଷ-ଭାରତ ଆନ୍ତଃସରକାରୀ କମିଶନର ସହ-ଅଧ୍ୟକ୍ଷ ମାନ୍ତୁୁରୋଭ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଭେଟିଥିଲେ।



