ଦୃତଗତିରେ ଗାଡିଚାଳନା ଯୋଗୁ ଦୁର୍ଘଟଣା,ଅଳ୍ପକେ ବର୍ତିଲେ ହାବିଲଦାର, ମୋଟରସାଇକେଲ ଭାଙ୍ଗି ଚୂର୍ମାର।

ବେପାରୁଆ ଢ଼ଙ୍ଗରେ ଓ ଦୃତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା, ଦୁର୍ଘଟଣାରେ ଅଳ୍ପକେ ବର୍ତିଲେ ପୋଲିସ୍ ହାବିଲଦାର୍ ଦୁର୍ଘଟଣାରେ ମୋଟରସାଇକେଲ ଭାଙ୍ଗିଲା। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଆଜି ସକାଳୁ ସକାଳୁ ବଡ଼ବିଲ ପୁରୁଣାକୋର୍ଟ ନିକଟରେ ଘଟିଛି ଏହି ଦୁର୍ଘଟଣା, ଦୁର୍ଘଟଣାରେ ପୋଲିସ୍ ହାବିଲଦାର୍ ଙ୍କ ମୋଟର ସାଇକେଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ହାବିଲଦାର ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ ବଡ଼ବିଲ ଥାନାର ରମାକାନ୍ତ ପ୍ରଧାନଙ୍କ ଡ୍ୟୁଟି ଭଦ୍ରାସାହି ଛକରେ ଥିବାରୁ ସେ ତାଙ୍କ ମୋଟର ସାଇକେଲ ନମ୍ବର୍ JH 05AE 6515 ରେ ବଡ଼ବିଲରୁ ଭଦ୍ରାସାହି ଅଭିମୁଖେ ଯାଉଥିବା ସମୟରେ ବଡ଼ବିଲ କୁରିବୁରୁଛକ ନିକଟସ୍ତ ପୁରୁଣାକୋର୍ଟ ନିକଟରେ ଥିବା ଏକ ଚା ଦୋକାନରେ ନିଜର ମୋଟର ସାଇକେଲକୁ ଛିଡାକରି ଚା ପିଇବାକୁ ଠିଆ ହୋଇଥିଲେ। ଠିକ୍ ସେହି ସମୟରେ ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ପୁରୁଣା କୋର୍ଟ ଏବଂ ବଡ଼ବିଲ ଜିଏସଟି କାର୍ଯ୍ୟାଳୟ ନିକଟରେ ଛିଡ଼ା ହୋଇଥିବା ବେଳେ ପାଖାପାଖି ପାଞ୍ଚଟା ପଚାଶ ସମୟରେ OD 09P 6859 ନମ୍ବର୍ ବିଶିଷ୍ଟ ଏକ ହାଇୱା ବେପରୁଆ ଢ଼ଙ୍ଗରେ ଦୃତଗତିରେ ଗାଡ଼ି ଚାଳନା କରି ଆସି ରାସ୍ତାରେ ଥିବା ଦିଭାଇଡର୍ ରେ ଗାଡ଼ିକୁ ଚଢ଼ାଇବା ସହ ରମାକାନ୍ତ ପ୍ରଧାନଙ୍କ ମୋଟର ସାଇକେଲ କୁ ଧକ୍କା ଦେଇଥିଲା। ସୌଭାଗ୍ୟ ବସତ ରମାକାନ୍ତ ଚା ଦୋକାନ କଡ଼ରେ ଥିବାରୁ ତାଙ୍କର କୌଣସି ପ୍ରକାରର କ୍ଷତି ହୋଇନାହିଁ। ଦୁର୍ଘଟଣା ସମୟରେ ଗାଡ଼ି ଚାଳନା କରୁଥିବା ଚାଳକକୁ ଦୁର୍ଘଟଣା ବାବଦରେ ପଚାରିବାରୁ ତାକୁ ନିଦ ଆସିବାରୁ ଏପରି ଦୁର୍ଘଟଣା ଘଟାଇଥିବା ଚାଳକ ଜଣକ କହିଛି।ତେବେ ଦୁର୍ଘଟଣା ସ୍ଥଳରେ ବଡ଼ବିଲ ପୋଲିସ୍ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



