ଜିଲ୍ଲାସ୍ତରୀୟ ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଉଦଘାଟିତ

ଅନୁଗୋଳ,୧୦.୦୪: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ସଂସଦ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଫୁଟବଲ୍ ଆସୋସିଏସନ୍ ଅଫ ଓଡ଼ିଶାର ମିଳିତ ଉଦ୍ୟମରେ ଆୟୋଜିତ ଓଡ଼ିଶା ସରକାରଙ୍କ ସିଏମ୍ ଟ୍ରଫି ଫୁଟବଲ୍(ବାଳକ,ବାଳିକା) ସ୍ଥାନୀୟ ପିଟିସି ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି। ଏହି ଖେଳ ୧୦ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ବାଳିକା ବିଭାଗର ପ୍ରଥମ ମ୍ୟାଚରେ ପତାକା ଏଫ୍.ସି ଓ ଅନୁଗୋଳ ଏଫ୍.ସି ମଧ୍ୟରେ ମ୍ୟାଚ୍ ହୋଇଥିଲା। ଏଥିରେ ପତାକା ଏଫ୍.ସି ୬-୦ ଗୋଲରେ ବିଜୟୀ ହୋଇଥିଲା। ସେହିଭଳି ଅପରାହ୍ନରେ ବାଳକ ବିଭାଗର ପତାକା ଏଫ୍.ସି ଓ ବନ୍ତଳା ଏଫ୍.ସି ମଧ୍ୟରେ ମ୍ୟାଚ୍ ହୋଇଥିଲା। ଏହି ମ୍ୟାଚରେ ପତାକା ଏଫ୍.ସି ୧୦-୦ ଗୋଲରେ ବନ୍ତଳା ଏଫ୍.ସିକୁ ହରାଇ ବିଜୟଲାଭ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ଓ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ଡ. ଗୌର ଗୋବିନ୍ଦ ସାମନ୍ତ, ଶ୍ରୀ କିଶୋର କର, ଶ୍ରୀ ପ୍ରଭାଶ କୁମାର ସାମନ୍ତ, ଶ୍ରୀ ଦିଲ୍ଲୀପ କୁମାର ରାଉତ, ଶ୍ରୀ ନୀଳମଣି ଦାସ , ଶ୍ରୀ ଦୋଳ ଗୋବିନ୍ଦ ଦଳେଇଙ୍କ ସମେତ କ୍ରୀଡାବିତ୍, ଅଧିକାରୀପ୍ରମୁଖ ଉପସ୍ଥିତ ଥିଲେ।




