ଏଣିକି ଆଉ ଶୁଭିବନି ଆଶା ଭୋସଲେଙ୍କ କଣ୍ଠସ୍ୱର । ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ପରଲୋକ । ୯୨ ବର୍ଷ ବୟସରେ ଆଶା ଭୋସଲେଙ୍କ ଦେହାନ୍ତ ହୋଇଛି । ଗତକାଲି (ଏପ୍ରିଲ ୧୧, ୨୦୨୬ ଶନିବାର) ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ହୃଦ୍ଘାତ ହୋଇଥିଲା ଏବଂ ସେ ଇମର୍ଜେନ୍ସି ମେଡିକାଲ୍ ସର୍ଭିସ୍ ୟୁନିଟରେ ଗତକାଲି ଭର୍ତ୍ତି ହୋଇଥିଲେ ।
୧୪ ଭାଷାରେ ନିଜ କଣ୍ଠଦାନ କରିଛନ୍ତି ଆଶା ଭୋସଲେ । ‘ଚୁରା ଲିୟା ହୈ ତୁମ୍ନେ ଜୋ ଦିଲ୍ କୋ ‘, ‘ଅଭି ନା ଜାଓ ଛୋଡ଼ କର’,’ପିୟା ତୁ ଅବ୍ ତୋ ଆଜା’ ପ୍ରମୁଖ ଗୀତ ଏବେ ବି ଯୁବପିଢ଼ିଙ୍କୁ ମତୁଆଲା କରେ । ଆଶଙ୍କ ପରଲୋକ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ।
ଶୋକ ପ୍ରକାଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସଙ୍ଗୀତ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଅନ୍ତ୍ୟେଷ୍ଟି କ୍ରିୟା: ସୁଚନା ମୁତାବକ ଆସନ୍ତାକାଲି ଅପରାହ୍ନ ୪ଟାରେ ଶିବାଜୀ ପାର୍କରେ ତାଙ୍କର ଶେଷ ସତ୍କାର କରାଯିବ।
ଶେଷ ଦର୍ଶନ: ତାଙ୍କର ପାର୍ଥିବ ଶରୀରକୁ ମୁମ୍ବାଇସ୍ଥିତ ବାସଭବନକୁ ଅଣାଯାଇଛି, ଯେଉଁଠାରେ ଆସନ୍ତାକାଲି (ସୋମବାର) ସକାଳ ୧୧ଟାରୁ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି।
ମୃତ୍ୟୁର କାରଣ: ଅତ୍ୟଧିକ କ୍ଲାନ୍ତି ଏବଂ ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶେଷରେ ମଲ୍ଟି-ଅର୍ଗାନ ଫେଲୁଅର୍ (Multi-organ failure) ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି।



