ମୁଣ୍ଡିଆପସି ଗ୍ରାମରେ ଧୂମ ଧାମରେ ମେରୁଯାତ୍ରା ପାଳିତ । ଢେଙ୍କାନାଳ :13/04/2026ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ପଞ୍ଚାୟତର ମୁଣ୍ଡିଆପସି ଗ୍ରାମରେ ମେରୁଯାତ୍ରା ଖୁବ ଆଡମ୍ବରରେ ପାଳନ କରାଯାଇଛି। ଆଜି ମା ଦକ୍ଷିଣକାଳୀ ଙ୍କର ଦଣ୍ଡଯାତ୍ରାର ଅନ୍ତିମ ଦିବସ ଥିବାରୁ, ଖରା ବେଳେ ମନ୍ଦିରନିକଟରେ ଧୂଳିଦଣ୍ଡ ହୋଇଥିବାବେଳେ ସନ୍ଧ୍ୟାସମୟରେ ମେରୁଯାତ୍ରା ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭଜନ ସମାରୋହ ଦେଖିବାକୁ ଆଖ ପାଖ ଅଂଚଳରୁ ବହୁ ଭକ୍ତ ଏବଂ ଦର୍ଶକଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଏହି ଯାତ୍ରାକୁ ମା ଦକ୍ଷିଣ କାଳୀ ଦଣ୍ଡଯାତ୍ରା କମିଟିର ସଭାପତି, ସମ୍ପାଦକ ପରିଚାଳନା କରୁଥିବାବେଳେ, ମହାଲକ୍ଷ୍ମୀ ପୂଜା କମିଟିର ଯୁବକମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ସବୁପ୍ରକାରର ସହଯୋଗ କରୁଥିବାର ଦେଖିବାକୁ ମିଳିଛି। ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

April 15, 2026/
No Comments


