ପାକିସ୍ତାନୀ ଆତଙ୍କୀଙ୍କୁ ଘାରିଛି ଅଜଣା ବନ୍ଧୁକଧାରୀ ଭୟ । ବାହାରକୁ ଗୋଡ଼ କାଢ଼ିଲେ ଏବେ ଗୋଡ଼ ଥରୁଛି । କାରଣ ବାହାରେ ଛକିଛି ଯମ । ଆଜି ସେମିତି ଜଣେ ଅଜଣା ବନ୍ଧୁକଧାରୀର ଗୁଳିର ଶିକାର ହୋଇଛି ଲସ୍କର-ଏ-ତଇବାର କୁଖ୍ୟାତ ଆତଙ୍କୀ ଅମୀର ହମ୍ଜା । ଲସ୍କରର ସହପ୍ରତିଷ୍ଠାତା ତଥା ସେକେଣ୍ଡ୍ ଇନ୍ କମାଣ୍ଡ୍ କୁହାଯାଉଥିବା ହମ୍ଜା ଆଜି ଲାହୋରରେ ଗୁଳି ଖାଇ ହସ୍ପିଟାଲରେ ଭର୍ତ୍ତି ହୋଇଛି ।
ବାଇକରେ ଆସି ଜଣେ ଅଜଣା ବନ୍ଧୁକଧାରୀ ହମ୍ଜା ଉପରକୁ ଗୁଳି ଚଳାଇଥିଲା । ତେବେ ପାକିସ୍ତାନରେ ଇଏ ନୂଆ କଥା ନୁହେଁ । ଗତ କିଛି ବର୍ଷ ଭିତରେ ଅଜଣା ବନ୍ଧୁକଧାରୀ ଗୁଳିର ଶିକାର ହେଲେଣି ଅନେକ କୁଖ୍ୟାତ ଆତଙ୍କୀ ।ପାକିସ୍ତାନ ଆତଙ୍କୀଙ୍କୁମାରୁଛି କିଏ?୩ ବର୍ଷ ଭିତରେ ପାକିସ୍ତାନ ଆତଙ୍କୀଙ୍କ ଯମ ପାଲଟିଛନ୍ତି ଅଜଣା ବନ୍ଧୁକଧାରୀବାଇକରେ ଆସୁଛନ୍ତି, ଗୁଳିମାଡ଼ କରୁଛନ୍ତି ଓ ଉଭାନ ହୋଇଯାଉଛନ୍ତିଆହତ ଓ ନିହତ ହୋଇଛନ୍ତି ଲସ୍କର, ଜୈସ ଓ ହିଜବୁଲ ମୁଜାହିଦ୍ଦୀନ ଆତଙ୍କୀକିଏ ମାରୁଛି ଓ କାହିଁକି ମାରୁଛି ଏବେ ବି ରହସ୍ୟ ଘେରରେ ରହିଛିପୂର୍ବରୁ ଗୁଳିର ଶିକାର ହୋଇଛନ୍ତି ମହମ୍ମଦ ତାହିର ଅନୱର, ଅବୁ କତଲ୍ ସିନ୍ଧିମୁଫ୍ତି କାସିର୍ ଫାରୁକ, ସାହିଦ ଲତିଫ୍, ଖ୍ୱାଜା ସାହିଦ, ଆକ୍ରମ୍ ଖାନ୍ ଗାଜି



