
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ନଛିପୁର ଠାରେ ଥିବା ମା ଥାନପତି ସାହିତ୍ୟ ସଂସଦ ଆନୁକୁଲ୍ୟରେ ଔପନ୍ୟାସିକ ସୁଧିର ଆଚାର୍ଯ୍ୟଙ୍କ ପାପିନୀ ପୂଣ୍ୟତୋୟା ର ଲୋକାର୍ପଣ ଉତ୍ସବ ସହ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ବିରଜା ରତ୍ନ ପଣ୍ଡିତ ଭୁପତି ଭୁଷଣ ମିଶ୍ର, ପ୍ରାଧ୍ୟାପକ ଦାମୋଦର ବେହେରା, ଡ଼ଃ ଶରତ ଚନ୍ଦ୍ର ସାହୁ, ଡ଼ଃ ଶ୍ରୀହରି ଧଳ, ସମାଜସେବୀ ପଦ୍ମାକର ଗୁରୁ, ଜଗନ୍ନାଥ ଧଳ, ଡ଼ଃ ଦେବପ୍ରସାଦ ସାମଲ, ତ୍ରିଲୋଚନ ପତି, ଜିତେନ୍ଦ୍ର କୁମାର ବେହେରା, ଅମ୍ବିକା ପ୍ରସାଦ ସାମଲ, ସନ୍ତୋଷ କୁମାର ବେଉରିଆ, ରମାକାନ୍ତ ନାୟକ, ନାରାୟଣ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ପାପିନି ପୂଣ୍ୟତୋୟା ର ଲୋକାର୍ପଣ କରିଥିଲେ।ଏଥିରେ ସୁଧିର ଆଚାର୍ଯ୍ୟଙ୍କ କନ୍ୟା ଭଜନ ଗାଇ ଥିଲେ।




