ଭୁବନେଶ୍ବର: ଆଗାମୀ ୬ମାସ ମଧ୍ୟରେ ପୁରୀରେ ଖାଦ୍ୟ ପରୀକ୍ଷାଗାର (ଫୁଡ୍ ଟେଷ୍ଟିଂ ଲ୍ୟାବ୍) ପ୍ରତିଷ୍ଠା ହେବ। ଏଥିପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶର ୧୧ଟି ତୀର୍ଥ ସ୍ଥାନରେ ଫୁଡ଼ ଲ୍ୟାବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ଖାଦ୍ୟ ନିରାପତ୍ତା ନିର୍ଦେଶକ ଶକ୍ତି ପ୍ରକାଶ ମିଶ୍ର।
ସେ କହିଛନ୍ତି, ରାଜ୍ୟରେ ଜୋରଦାର ହେବ ଖାଦ୍ୟ ସୁରକ୍ଷା ଯାଞ୍ଚ। ଜିଲାକୁ ଜିଲା ବୁଲି ଯାଞ୍ଚ କରିେବ ଖାଦ୍ୟ ନିରାପତ୍ତା ଅଧିକାରୀ। ସେମାନଙ୍କ ପାଇଁ ଖାଦ୍ୟ ନିରାପତ୍ତା ଭ୍ୟାନ୍ ବ୍ୟବସ୍ଥା କରାଯାଉଛି। ଏବେ ରାଜ୍ୟରେ ରହିଛି ଗୋଟିଏ ମୋବାଇଲ ଫୁଡ଼ ଟେଷ୍ଟିଂ ଭ୍ୟାନ୍। ଆଉ ୩୬ଟି ମୋବାଇଲ ଫୁଡ଼ ଟେଷ୍ଟିଂ ଭ୍ୟାନ୍ ଅଣାଯିବ। ରନ୍ଧାଖାଦ୍ୟ ସହ ତେଲ ଓ ପାଣିର ମାନ ଯାଞ୍ଚ କରିବ ଏହି ଭ୍ୟାନ୍। ଆଗାମୀ ୩ରୁ ୪ମାସ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-9-scaled.jpg)

