ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ବାଟଗାଁ ଫରେଷ୍ଟ ସେକ୍ସନ ଚଡ଼ଚଡ଼ି ବିଟ ର ଚଡ଼ଚଡ଼ି ଗାଁରେ ଅଘଟଣ। ଆଜି ସକାଳୁ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଚଡ଼ଚଡ଼ି ଗାଁର ଉପାସି ବେହେରା (୫୯) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ସକାଳୁ ଉପାସି ଘର ପଛ ପାଖ ରେ ଥିବା ନିଜ କାଜୁ ବଗିଚା ରାସ୍ତା ଦେଇ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ।
ଏତିକିବେଳେ ଏକ ଦନ୍ତା ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗ୍ରାମବାସୀ ଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଖବର ପାଇ ନାକଟିଦେଉଳ ପୁଲିସ୍ ଏବଂ ବନ ବିଭାଗ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।



