
ଅନୁଗୋଳ – ଜୀବିତ ଲୋକକୁ ମୃତ କହି ପଟାରୁ ନାମ କାଟି* *କୋଟି କୋଟି ଟଙ୍କାରେ ବିକ୍ରି* *କରିଦେଲେ ଜମିବାଡ଼ି* , ହଁ ଆଜ୍ଞା ଏ ହେଉଛି ଅନୁଗୁଳ ଜିଲ୍ଲା କଣିହାଁ ତହସିଲ ଅଜ୍ଞଳର ଘଟଣା, ସେଠାରେ ଥିବା ନକନକା ମୌଜା ଅନ୍ତର୍ଭୁକ୍ତ ଖାତା ନମ୍ବର ୨୯ ର ୨୯୮ ପ୍ଲଟକୁ ଗିରିଶ ଚନ୍ଦ୍ର ସାହୁ, ପ୍ରାଣବନ୍ଧୁ ସାହୁ, ପ୍ରଭାକର ସାହୁ, ସୁଲୋଚନା ସାହୁ,ମଙ୍ଗରାଜ ସାହୁ ଓ କ୍ଷେତ୍ରବାସୀ ସାହୁ, କଣିହାଁ ଆର୍ ଆଇ ଙ୍କୁ ଧରି ନିଜର ଅପା କଦଳୀ ସାହୁ ଜିବୀତ ଥାଉ ଥାଉ ମୃତ୍ୟୁ ହୋଇଯାଇଥିବା ଘୋଷଣା କରି ପଟାରୁ ନାମ କାଟି ଦେଇଛନ୍ତି, ଯାହା ଫଳରେ କୋଟି କୋଟି ଟଙ୍କାରେ ଉକ୍ତ ଜମିକୁ ବିକ୍ରୀ କରିଦେଇଛନ୍ତି ବୋଲି କଦଳୀ ସାହୁ ପରିବାର ବର୍ଗଙ୍କ ପକ୍ଷରୁ ଅଭିଯୋଗ କରିଛନ୍ତି, ତେବେ ଏ ବାବଦରେ ଆମେ ପ୍ରଥମେ କଣିହାଁ ଆଡିନିସନାଲ ମାଡାମକୁ ଅବଗତ କରିଥିଲୁ , ଯାହା ଦ୍ୱାରା ସେ ଆର୍ ଆଇ ଙ୍କ ର ଭୁଲ୍ ତଥ୍ୟ ଦେଇଥିବାରୁ,ପଟାରୁ ନାମ କଟିଛି ବୋଲି ଜଣାଇଥିଲେ,ଏହା ପରେ ଆର୍ ଆଇ ଙ୍କ ମତାମତ ନେବାରୁ ପ୍ରଥମେ ଆମ ସହ ଯୁକ୍ତି କରିଥିଲେ ପରେ ନିଜର ଭୁଲ୍ ସ୍ୱୀକାର କରି ସଠିକ୍ ଯାଞ୍ଚ୍ କରିଥିଲେ, ଯାହା ଦ୍ୱାରା ସେ ଜାଣିପାରିଲେ କେବଳ କଦଳୀ ସାହୁ ନୁହେଁ ଲତା ସାହୁଙ୍କ ନାମ ମଧ୍ୟ କଟିଯାଇଛି, ଏହା ପରେ ପୁନର୍ବାର ଉକ୍ତ ପଟାକୁ କ୍ୟାନସେଲ୍ କରି ଆଉ ଏକ ପଟାରେ କଦଳୀ ସାହୁଙ୍କ ନାମ ଓ ଲତା ସାହୁ ମୃତ୍ୟୁ ହୋଇଥିବାରୁ ପୁଅ ଝିଅଙ୍କ ନାମ ଚଢାଇଦେବେ ବୋଲି ଆମକୁ ସ୍ପଷ୍ଟୀକରଣ ଦେଇଥିଲେ। ଅନ୍ୟପଟେ କଦଳୀ ସାହୁ, ତାଙ୍କର ପୁଅ ଝିଅ ଙ୍କୁ ନେଇ ଏନ୍ ଟି ପି ସି ଥାନା ରେ ତାଙ୍କ ଭାଇଙ୍କ ପୁଅ ମାନଙ୍କ ନାମରେ ଏତଲା ଦେଇଛନ୍ତି, ତେବେ ଏ ବାବଦରେ କ’ଣ କହୁଛନ୍ତି କଦଳୀ ସାହୁ ଓ ଆଉ ତାଙ୍କ ଝିଅ ସୁଷମା ସାହୁ ଆସନ୍ତୁ ଦେଖିବା ।କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,



