
ବ୍ରହ୍ମପୁର, ୨୩/୪ : “ନାରୀ ଶକ୍ତି ବନ୍ଦନ ଅଧିନିୟମ” କୁ ବିରୋଧ କରୁଥିବା ରାଜନୈତିକ ଦଳ ବିରୁଦ୍ଧରେ ପ୍ରତିବାଦର ସ୍ୱର ଆଜି ସାରା ରାଜ୍ୟରେ ସାଧାରଣ ମହିଳା ମାନଙ୍କୁ ଆନ୍ଦୋଳିତ କରିଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ସାଧାରଣ ମହିଳା ଯୁବତୀ ଓ ଛାତ୍ରୀ ମାନଙ୍କ ଦ୍ୱାରା ବିଜେଡ଼ି,କଂଗ୍ରେସ ସମେତ ଇଣ୍ଡି ମେଣ୍ଟ ବିରୋଧରେ ନାରାବାଜି କରିବା ସହ ମହିଳା ଆରଂକ୍ଷଣ ବିଲ ଯେଉଁ ଭାବରେ ପ୍ରତ୍ୟାଖାନ ହେଲା ତା’ ବିରୁଦ୍ଧରେ ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି, ଜାଣିରଖିବା ଦରକାର ମହିଳା ଆରକ୍ଷଣ ବିଲକୁ ମୋଦି ସରକାର ସଂସଦରେ ଉପସ୍ଥାପନା କରିଥିଲେ ଯାହାକୁ ୨୩୦ ସାଂସଦ ବିରୋଧ କରିଥିଲେ ଯାହାକି ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ନମିଳିଥିବା କାରଣରୁ ବିଲ ଟି ଖାରଜ ହୋଇଥିଲା । ମୋଦି ସରକାର ମହିଳା ମାନଙ୍କୁ ସୁଦୃଢ କରିବା ପାଇଁ ଯେଉଁ ବିଲ ଆଣିଥିଲେ ତାହା ଖାରଜ ହେଲାପରେ କଂଗ୍ରେସ ଓ ଇଣ୍ଡି ମେଣ୍ଟର ସଦସ୍ୟମାନେ ତାକୁ ତାଳି ବଜେଇ ଏହାକୁ ସ୍ବାଗତ କରିଥିଲେ ଏଥିରୁ ହିଁ ଇଣ୍ଡି ମେଣ୍ଟ ସଦସ୍ୟମାନଙ୍କ ମାନସିକତାକୁ ପରଖି ହୁଏ କେଉଁଭଳି ଭାବରେ ସେମାନେ ଭାରତର ମହିଳା ମାନଙ୍କ ବିରୋଧି । ମାଆ ମାନଙ୍କ ବଳ ମହିଳା ମାନଙ୍କ ବଳର ଆହ୍ୱାନ ଦେଉଥିବା ବିଜେଡ଼ି ଆଜି କେଉଁଭଳି ଭାବରେ ଇଣ୍ଡି ମେଣ୍ଟ ସହ ସମ୍ପର୍କ ରଖି ସୁଚିନ୍ତିତ ଯୋଜନା ମାଧ୍ୟମରେ ଏହି ବିଲ କୁ ଖାରଜ କରିବାରେ ସମର୍ଥନ ଜଣାଇଛି । ଗାଁ ଗାଁରୁ ନଗର ନଗରରୁ ଆଜି ସମସ୍ତଙ୍କର ବିରୋଧ ଆଚରଣ ଦେଖିବାକୁ ମିଳିଛି ଯେ କିଭଳି ଭାବରେ କଂଗ୍ରେସ ବିଜେଡ଼ିର ଘୃଣ୍ୟ ମାନସିକତା ମହିଳା ବିରୋଧି ମାନସିକତା ଆଜି ସାଧାରଣ ଜନ ମାନସରେ ପ୍ରତିପାଦିତ ହେଇଛି । ଆଜି ମହିଳା ମାନେ ସ୍ୱପ୍ରବୃତ ଭାବରେ ଆନ୍ଦୋଳନ କାର୍ଯ୍ୟକ୍ରମ କରିଥିଲେ ଏଥିରେ କର୍ପୋରେଟର ସବିତା ସାହୁ,ବନିତା ସାହୁ,ବର୍ଷା ବିଦୁସ୍ମିତା ,ସବିତା ସୁଆର, ମୋନିତା ଦାସ,ମଧୁସ୍ମିତା ଠାକୁର,ପୂଜାଲିନ ମହାରଣା ,ସସ୍ମିତା ନାୟକ,ମମତା ରଣା ପ୍ରମୁଖଙ୍କ ସମେତ ବହୁ ମହିଳା ଓ ଯୁବତୀ ଉପସ୍ଥିତ ଥିଲେ ।



