ନୁଆଦିଲ୍ଲୀ: ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଏକ ତ୍ରିପଲ୍ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖୁର୍ଜାର ସୁଭାଷ ମାର୍ଗରେ ଥିବା ଆରଜେଏସ୍ ଫିଟନେସ୍ ଜିମ୍ରେ ଜଣେ କାଉନସିଲରଙ୍କ ଭାଇ ଏବଂ ଜଣେ ଯୁବକ ତାଙ୍କ ଜନ୍ମଦିନ ପାଳନ କରୁଥିବାବେଳେ ବିବାଦ ଦେଖାଦେଇଥିଲା । ବିବାଦ ପରେ, ତାଙ୍କ ଜନ୍ମଦିନ ପାଳନ କରୁଥିବା ଯୁବକ ନିଜ ଘରକୁ ଯାଇଥିଲେ।
ଏବଂ ନିଜ ଲାଇସେନ୍ସପ୍ରାପ୍ତ ପିସ୍ତଲକୁ ଆଣି ନିଜ ବନ୍ଧୁମାନଙ୍କ ସହ ଜିମ୍କୁ ଆସିଥିଲେ । ଏବଂ ସେଠାରେ କାଉନସିଲରଙ୍କ ଭାଇ ଏବଂ ଭଣଜାଙ୍କ ଉପରେ ଗୁଳି ଚଳାଇଥିଲେ। ଯେଉଁଥିରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ସଞ୍ଜୟ ସାଇନି ହେଉଛନ୍ତି ୨୪ ନଂ ଓ୍ବାର୍ଡର କାଉନସିଲର। ମୃତକ ମନୀଷ, ଅମରଦୀପ (୩୫) ଏବଂ ଆକାଶ ବୋଲି ଜଣାପଡିଛି। ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।



