ଦୃର୍ବୁତ୍ତଙ୍କ ଉତ୍ପାତ୍ ତାଲାଭାଙ୍ଗି ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ାଥାନା ଅନ୍ତର୍ଗତ ରେ ଦୁବୃର୍ତ୍ତଙ୍କ ଉତ୍ପାତ। ଘରେ ଲୋକ ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ଟାଟା ସ୍ପଞ୍ଜ କୋଲନୀ ରେ ଥିବା ଏକ କ୍ବାଟରରୁ ୫ ଟି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହେବା ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଦେବଦତ ରଏ ଘରେ ନ ଥିବା ବେଳେ ତାଙ୍କ କ୍ବାଟର ନମ୍ବର W/3R-1/57 ରୁ ସୁଯୋଗ ଦେଖି କିଛି ଦୁବୃତ୍ତ ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ଚମ୍ପଟ ମାରିଛନ୍ତି।

ତେବେ ସୁନା ର ଆନୁମାନିକ ମୁଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ବୋଲି ସେ ପ୍ରତିକ୍ରିୟା ରେ କହିଛନ୍ତି।ଖବର ପାଇ ପୋଲିସ ଏବଂ ସ୍ୱତନ୍ତ୍ର ଡଗ୍ ସ୍କ୍ୱାର୍ଡ଼ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-28.jpg)