
ଅନୁଗୋଳ,୨୬/୦୪/୨୦୨୬ – ଆଜି ଅନୁଗୋଳ ଟାଉନରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ସମ୍ମୁଖରୁ ପଦ ଯାତ୍ରା ବାହାରି ସଂସଦରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଣିଥିବା ମହିଳା ସଂରକ୍ଷଣ ବିଲ୍ କୁ ବିଜେଡି, କଂଗେସ ଓ ଇଣ୍ଡି ମେଣ୍ଟ ଙ୍କ ବିରୋଧ ପରେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ପରେ ଅନୁଗୋଳ ସଭାଘର ଠାରେ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ ଦେଖିବାକୁ ମିଳିଛି। ଏଥିରେ ମହିଳା ମୋର୍ଚ୍ଚା ର ନେତୃମଣ୍ଡଳୀ, ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୀବ ସାହୁ , ବିଜେପି ଜିଲ୍ଲା ସଭାପତି ଯଯାତୀ କେଶରୀ ପଟ୍ଟନାୟକ ଏବଂ ଜିଲ୍ଲା ଉପସଭାପତି ମନୋଜ କୁମାର ପ୍ରଧାନଙ୍କ ସହ ସ୍ଥାନୀୟ ନେତୃମଣ୍ଡଳୀ ଯୋଗଦେଇଥିଲେ।

ନାରୀ ଶକ୍ତିଙ୍କ ଅଧିକାର ଛଡ଼ାଇନେଇ ଉତ୍ସବ ମନାଉଥିବା ମହିଳା ବିରୋଧୀ କଂଗ୍ରେସ, ବିଜେଡି, ଟିଏମ୍ସି, ସମାଜବାଦୀପାର୍ଟି ଓ ଡିଏମ୍କେ ଆଦି ଦଳ ବିରୋଧରେ ଏହି ଶୋଭାଯାତ୍ରା ଓ ପୁତ୍ତଳିକା ଦାହ ବୋଲି ଜିଲ୍ଲା ବିଜେପି ପକ୍ଷରୁ ସୁଚନା ଦିଆଯାଇଛି।
ନାରୀ ଶକ୍ତିର ସମ୍ମାନ ଓ ଅଧିକାର ପାଇଁ ଆଜି ଆରମ୍ଭ ହୋଇଥିବା ଲଢ଼େଇ ଆହୁରି ବ୍ୟାପକ ହେବ । ସମଗ୍ର ଓଡ଼ିଶାରେ ବିରୋଧୀ ଦଳଙ୍କ ମହିଳା ବିରୋଧୀ ମନୋଭାବ ବାବଦରେ ସ୍ୱର ଉତ୍ତୋଳନ କରାଯିବ । ମହିଳାଙ୍କୁ କେବଳ କ୍ଷମତା ରାଜନୀତିର ପ୍ରସଙ୍ଗ ଭାବିଆସିଥିବା ଏହି ଦଳମାନଙ୍କୁ ନାରୀ ଶକ୍ତିଙ୍କ ପ୍ରଶ୍ନବାଣର ସାମ୍ନା କରିବାକୁ ପଡ଼ିବ । ମହିଳାଙ୍କ ବଳ, ବିଜୁ ଜନତା ଦଳ କହୁଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମଧ୍ୟ ମହିଳାମାନେ ଜବାବ ଦେବେ। ଯିଏ ନାରୀ ଶକ୍ତିଙ୍କୁ ଆଗକୁ ବଢ଼ିବାରୁ ରୋକିବ, ସେହି ଦଳମାନଙ୍କୁ ତା’ର ପରିଣାମ ଭୋଗିବାକୁ ପଡ଼ିବ ବୋଲି ବିଜେପି ପକ୍ଷରୁ ସୁଚନା ମିଳିଛି।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-28.jpg)