*ଶ୍ରମିକ ଦିବସରେ ସ୍ବର୍ଣ୍ଣଦେବୀ ଏଜେନ୍ସିର ସଫେଇ ଅଭିଯାନ*
ସମ୍ବଲପୁର:୦୧/୦୫/୨୦୨୬ (ଜାଗ୍ରତ ଭାରତ ନ୍ୟୁଜ)ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସଫେଇ ଅଭିଯାନରେ ଯୋଡିହେଲା ଆଉ ଏକ ଏଜେନ୍ସି। ସଫେଇ କାମର ୬ ନମ୍ବର ଜୋନ ଅନ୍ତର୍ଗତ ୧୩, ୧୪, ୧୫, ୧୮ ଓ ୩୪ ନମ୍ବର ୱାର୍ଡର ସଫେଇ କାର୍ଯ୍ୟ କରିବାକୁ ସ୍ବର୍ଣ୍ଣଦେବୀ ଏଜେନ୍ସିକୁ ଏହି ଦାୟିତ୍ୱ ଦିଆଯାଇ ଶ୍ରମିକ ଦିବସ ଭଳି ଦିନରେ ଏହାର ଶୁଭାରମ୍ଭ କରାଯାଇଛି। ଏହାକୁ ସାଂସଦ ପ୍ରତିନିଧି ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ଓ ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର ଆନୁଷ୍ଠାନିକ ଭାବେ ଫିତା କାଟି ଉଦ୍ଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଡା.ରାଜାରାମ ଷଡ଼ଙ୍ଗୀ, ଦେବେନ୍ଦ୍ର ମେହେର, ଆଡଭୋକେଟ ଅର୍ଜୁନ ପଟ୍ଟନାୟକ, ଏସଏମସି ଡେପୁଟି କମିଶନର ହରିଓମ ଭୋଇ ଓ ଭିକ୍ଟର ସୋରେଙ୍ଗ, ଏସଡବ୍ଲୁଏମ ମୋନିକା ମୋନାଲି ମାନସିଂ, ସ୍ବର୍ଣ୍ଣଦେବୀ ଏଜେନ୍ସିର ସ୍ଥାନୀୟ ପରିଚାଳିକା ଲେନୁ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱଚ୍ଛତା ପାଇଁ ଶ୍ରମିକଙ୍କ ଶ୍ରମ ଜୀବନ ପାଇଁ ଅମୂଲ୍ୟ। ସ୍ବର୍ଣ୍ଣଦେବୀ ଏଜେନ୍ସି ଏହି କାର୍ଯ୍ୟକୁ ତ୍ୟାଗ, ନିଷ୍ଠା ଓ ପରିଶ୍ରମ ସୁସ୍ଥ ପରିବେଶ ଓ ନିର୍ମଳ ହୃଦୟ ସହ ଆନ୍ତରିକ ମନୋଭାବ ରଖି ସମ୍ପାଦନ କରିପାରିବ ବୋଲି ଅତିଥି ମାନେ ଆଶା ପ୍ରକାଶ କରିଥଲେ l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)
