ଦୁର୍ଘଟଣାରେ ଅଳ୍ପକେ ବର୍ତିଗଲେ ସାଇକେଲ ଆରୋହୀ
ତାଳଚେର, ୦୨/୦୫ ତାଳଚେର ପୌରପରିଷଦ ୱାର୍ଡ଼ ନଂ-୧୬ ଗୋପୀନାଥପୁର ଗ୍ରାମର ହାଡ଼ିବନ୍ଧୁ ସିଠ (୫୭) ଶନିବାର ସାପ୍ତାହିକ ହାଟକୁ ପନିପରିବା କିଣିବାକୁ ଯାଇଥିଲେ । ହାଟରୁ ସଉଦା କିଣି ଫେରିଲା ବେଳେ ୧୪୯ନଂ ଜାତୀୟ ରାଜପଥ ପବିତ୍ରମୋହନ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କ ଡ଼ାହାଣ ଗୋଡ଼ର ପାଦରେ ଯୋର ଆଘାତ ଲାଗିବା ସହ କିଣିଥିବା ସଉଦା ଛିନଛତର ହୋଇଯାଇଥିଲା । ଘଟଣା ସ୍ଥଳରେ ଖବରପାଇ ତାଳଚେର ଟାଉନ ପୋଲିସ୍ ସେଠାରେ ପଂହଚିବା ସହ ତାଙ୍କୁ ତୁରନ୍ତ ସରକାରୀ ମଣ୍ଡାପାଳ ଡ଼କ୍ତରଖାନାକୁ ନିଆଯାଇଥିଲା । ସେଠାରୁ ଡ଼ାକ୍ତର ତାଙ୍କୁ ଜିଲ୍ଳା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି । ତେବେ ଏହି ୧୪୯ନଂ ଜାତୀୟ ରାଜପଥ ମରଣଯନ୍ତା ସାଜିଥିବା ବେଳେ ତୁରନ୍ତ ଏହି ରାସ୍ତାକୁ ୪ଥାକିଆ ନକଲେ ଆଗକୁ କେତେ ଦୁର୍ଘଟଣା ଘଟିବ ତାହା କିଏ ବା କହିବ!


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-9-scaled.jpg)
