ଚିଚେଇଗୁଡା ମଣ୍ଡି କାମ ନିମ୍ନ୍ ମାନ କୁ ନେଇ ଉପଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କଲେ ମିଡିଆ କ୍ଲବ୍ ସଦସ୍ୟ

ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ପାଇଁ ସୁନା ଅଣ୍ଡାଦିଆ କୁକୁଡା ସାଜିଛି ଜୁନାଗଡ ନିୟନ୍ତ୍ରିତ ବଜାର କମିଟଚାଷୀ ଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ଏହା କିଛି ଅସାଧୁ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ପାଇଁ ତାହା ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବା ଦେଖି ବାକୁ ମିଲୁଛି l ଏଭଲି ଏକ ଘଟନା ଦେଖି ବାକୁ ମିଳିଛି ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଦ୍ଵାରା ଚିଚେଗୁଡା ମଣ୍ଡି ରେ ଚାଷୀ ଙ୍କ ବସିବା ପାଇଁ କୋଟି କୋଟି ଟଙ୍କା ରେ ଘର, ବାଉଣ୍ଡ୍ରୀ ୱାଲ ସେଡ ପାଇଁ ନିର୍ମିତ ହେଉଥିବା ବେଳେ କାମ ଅତି ନିମ୍ନମାନର ହେଇଥିବା ଅଭିଯୋଗ ହୋଇଛି l ସୂଚନା ଅନୁଯାଇ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚେଇଗୁଡ଼ା ଅଞ୍ଚଳରେ ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଚାଲୁଥିବା ଏକ ନିର୍ମାଣ କାର୍ଯ୍ୟକୁ ନେଇ ଗୁରୁତର ନିମ୍ନମାନ ଓ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ଏହାକୁ ନେଇ ଆଜି ଜୁନାଗଡ ମିଡିଆ କ୍ଲବ୍ ପକ୍ଷରୁ କାମ ଅତି ନିମ୍ନ୍ ମାନ ର ହେଉଥିବା ନେଇ ଧର୍ମଗଡ଼ ଉପ-ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରି ଏକ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ନିର୍ମାଣ କାମରେ ଗୁଣବତ୍ତା ରକ୍ଷା କରାଯାଉନଥିବା ବେଳେ ବହୁତ ତ୍ରୁଟି ଦେଖାଯାଇଛି। ପ୍ଲିନ୍ଥ ବିମ୍ରେ ନିର୍ଦ୍ଧାରିତ ୬ ଇଞ୍ଚ ରେ ରଡ୍ ପରିବର୍ତ୍ତେ ୯ ଇଞ୍ଚ ଦୂରତା ରେ ରଡ୍ ବ୍ୟବହାର ହେଉଥିବା ସହିତ ବିନା ସୂଚନା ଫଳକରେ କାମ ଚାଲିଥିବା ଦେଖିବାକୁ ମିଳିଛି । କଙ୍କ୍ରିଟ୍ କାମ ସମୟରେ ଭାଇବ୍ରେଟର ବ୍ୟବହାର ପାଇଁ ନିୟମ ଥିବା ବେଳେ ଏହି ନିର୍ମାଣ ଧିନ କାର୍ଯ୍ୟରେ ଭାଇବ୍ରେଟର ବ୍ୟବହାର ନ ହେବାରୁ ରଡ୍ ବାହାରକୁ ଦେଖାଯାଉଛି । କାମ ଚୋରା ବିଦ୍ୟୁତ୍ ନେଇ ବିଭିନ୍ନ ବୈଦୁତ୍ୟିକ ମୋଟର ଚଳାଯାଉଥିବା ଦେଖିବାକୁ ମିଳିଛି l ଏହି ନିର୍ମାଣ ଧିନ କାର୍ଯ୍ୟ ପାଖରେ ନା ଅଛନ୍ତି ଯାନ୍ତ୍ରି ନା କେହି ବିଭାଗୀୟ ଅଧିକାରୀ l ଠିକାଦାର ନିଜ ମର୍ଜି ରେ କାମ କରୁଥିବା ଦେଖିବାକୁ ମିଳିଛି l କାମ ଅତି ନିମ୍ନମାନର ହେଉଥିବା ହେତୁ କାମ ର ସ୍ଥାୟିତ୍ୱ କୁ ନେଇ ପ୍ରଶ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଗ୍ରାମ ବାସୀ ଙ୍କ ଅଭିଯୋଗ ପରେ ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି କାର୍ଯ୍ୟରତ ବ୍ୟକ୍ତି ଦୁର୍ବ୍ୟବହାର କରିଥିବା ଓ ପ୍ରତିକ୍ରିୟା ମାଗିବା ସମୟରେ ଉତକ୍ଷୀପ୍ତ ହୋଇ ତାଙ୍କର ବୁମ୍କୁ ଠେଲା-ପେଲା କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି।ଏହାକୁ ଗୁରୁତ୍ୱର ସହ ନେଇ ଜୁନାଗଡ ମିଡିଆ କ୍ଲବ୍ ପକ୍ଷରୁ ଏକ ଅଭିଯୋଗ ପତ୍ର ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି l ଏବ୍ଂ ଏହି ନିର୍ମାଣ ଧୀନ କାମ ର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି l ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ୁଥିବାବେଳେ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ! କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ,



