
ମୃତ୍ୟୁ ଏମିତି ବି ଆସେ ଚାଲି ଚାଲି ଯାଉଥିବା ରାସ୍ତାରେ ମୁହଁମାଡ଼ି ପଡିଯିବାରୁ ଚାଲିଗଲା ଜୀବନ
ଜେ ବି ଏନ, ୧୨/୧୨/୨୦୨୦, (ରିପୋର୍ଟ, ମଦନ ସାହୁ), ନାଲକୋ/ଅନୁଗୋଳ ::ଅନୁଗୋଳ ଜିଲ୍ଲା ବଅଁରପାଳ ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ବସଲା ସାହି ଜଣେ ଅଜଣା ବୃଦ୍ଧ ମୃତ୍ୟୁ ବି ଏମିତି ଆସେ । କିଏ ଜାଣିଛି, କେତେବେଳେ ଆସିବ ମୃତ୍ୟୁ । କେତବେଳେ ମେଡିକାଲରେ ମୃତ୍ୟୁ ଆସୁଛି, ତ କେତେବେଳ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ପଡିଯାଇ ମୃତ୍ୟୁ ଘଟୁଛି । ଏପରି ଏକ ଘଟଣା ଘଟିଛି ଅନୁଗୋଳ ନାଲକୋ ନିକଟସ୍ଥ ବଳରାମ ପ୍ରସାଦ ବସଲା ସାହି ରାସ୍ତରେ ଗତ କାଲି ଜଣେ ଅଜଣା ବ୍ୟକ୍ତି ଗତ କିଛି ଦିନ ଧରି ଏହି ଅଞ୍ଚଳରେ ରହି ମାଗିଯାଚି ଚଳୁଥିଲେ ସେ ହଠାତ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ତଳେ ମୁହଁ ମାଡି ପଡି ଯାଇଥିଲା । ପଡି ଗଲା ପରେ ତଳେ ମୁହଁ ମାଡ଼ ହୋଇଯାଇଛି। ଲୋକମାନେ ତୁରନ୍ତ ଆମ୍ବୁଲାନ୍ସ ଡକାଇଥିଲେ।ମେଡିକାଲ ଯିବା ରାସ୍ତାରେ ତାଙ୍କରମୃତ୍ୟୁ ହୋଇଥିବା ଜଣାପଡିଛି। ନାଲକୋ ପୋଲିସ ପହଁଚି ଶବ ଜବତ କରିଛି। ଓ ତାଙ୍କ ପରିଚୟ ମିଳିନଥିବା । ନାଲକୋ ପୋଲିସ ପକ୍ଷରୁ ସୂଚନା ମିଳିଛି।




