ମନମୁଖୀ କାର୍ଯ୍ୟକୁ ସରପଞ୍ଚଙ୍କ ବିରୋଧ, ନିଜ ଇସ୍ତଫାପତ୍ର ବିଡିଓଙ୍କୁ ଦେଲେ କରଞ୍ଜିଆ ସରପଞ୍ଚ

କେନ୍ଦୁଝର – ପଞ୍ଚାୟତରେ ମନମୁଖୀଭାବେ ଚାଲ ଚାଲିଛି କାର୍ଯ୍ୟ, ସରପଞ୍ଚଙ୍କୁ କରାଯାଉଛି ଅଣଦେଖା, ପଞ୍ଚାୟତରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସରପଞ୍ଚଙ୍କୁ ଗୁରୁତ୍ବ ଦିଆଯାଉନାହିଁ କାମ ସମ୍ପର୍କରେ ସମ୍ପୂର୍ଣ୍ଣ ଅନ୍ଧାରରେ ରଖାଯାଉଛି । ପଞ୍ଚାୟତରେ କଣ କାମ ହେଉଛି କେଉଁଠି ହେଉଛି କିଏ କରୁଛି ଏ ସମ୍ପର୍କରେ ମଧ୍ୟ ସରପଞ୍ଚ କିଛି ଜାଣି ପାରୁନଥିବା ଅଭିଯୋଗ ହେଉଛି। ସରପଞ୍ଚଙ୍କୁ ଅନ୍ଧାରରେ ରଖି ଉନ୍ନୟନ କାର୍ଯ୍ୟ କରାଯାଉଥିବାରୁ ଆଜି କେନ୍ଦୁଝର ଜିଲ୍ଲାର ଚମ୍ପୁଆବ୍ଲକ କରଞ୍ଜିଆ ସରପଞ୍ଚ ସୁପ୍ରିୟା ମୁଣ୍ଡା ଗ୍ରାମବାସୀଙ୍କ ଉପସ୍ଥିତିରେ ଚମ୍ପୁଆ ବିଡିଓଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି।ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କାର ଉନ୍ନୟନ କାର୍ଯ୍ୟ ହେଉଥିବାବେଳେ କୌଣସି କାର୍ଯ୍ୟରେ ସରପଞ୍ଚଙ୍କ ମତାମତ ନିଆନଯିବା କିମ୍ବା କାର୍ଯ୍ୟ ସଂପର୍କରେ ଜଣାଉ ନ ଥିବାରୁ ଏହାକୁ ନେଇ ଆଜି ସରପଞ୍ଚ ଶତାଧିକ ଗ୍ରାମବାସୀ, ନାଏବ ସରପଞ୍ଚ ଓ ୱ।ର୍ଡମେମ୍ବରଙ୍କ ଉପସ୍ଥିତିରେ ଚମ୍ପୁଆ ବିଡିଓ ସ୍ମୃତିରଞ୍ଜନ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ ଏହାକୁ ନେଇ ଚମ୍ପୁଆ ବିଡିଓ ସ୍ମୃତିରଞ୍ଜନ ସାହୁ ଇସ୍ତଫା ଦେଇଛନ୍ତି ମାତ୍ର ତାହା ଗ୍ରହଣ କରାଯାଇ ନାହିଁ ବୋଲି କହିଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



