
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୀଟନାଶକ ମଶାରୀ ବଣ୍ଟନ ର ଶୁଭାରମ୍ଭ
ଜେ ବି ଏନ, ୧୨.୧୨.୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ :ଅନୁଗୋଳ ଜିଲ୍ଲା ବଅଁରପାଳ ପାଞ୍ଚ ଗଡ଼ ବିଜୟ କୁମାର ଉଚ୍ଚ ବିଦ୍ୟାଳୟ ରେ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଦୀର୍ଘ ସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପବାଚସ୍ପତି ଓ ଅନୁଗୋଳ ର ବିଧାୟକ ଶ୍ରୀ ରଜନୀ କାନ୍ତ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ସମ୍ମାନୀୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଭୋଇ, ଜିଲ୍ଲା ଯୋଜନା ବୋର୍ଡ଼ ଉପାଧ୍ୟକ୍ଷା ଓ ଜିଲ୍ଲାପରିଷଦ ସଦସ୍ୟା ମଞ୍ଜୁଲତା ସାହୁ, ବି ଡି ଓ ଏଲିଜା ମିଶ୍ର, ସି ଡି ଏମ୍ ଓ (ପି ଏଚ୍ ଓ) ଅଭୟ କୁମାର ଦାସ ଓ ବଅଁରପାଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଫକିର ମୋହନ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ସରକାରଙ୍କ ଦ୍ଵାରା ମାଗଣା ରେ ଦିଆଯାଇଥିବା ଏହି ଔଷଧୀୟ ଗୁଣ ଯୁକ୍ତ ମଶାରୀ ସମସ୍ତ ପରିବାର ବ୍ୟବହାର କଲେ ମ୍ୟାଲେରିଆ, ଡେଙ୍ଗୁ ଆଦି କୀଟନାଶକ ବ୍ୟାଧି ରୁ ସମସ୍ତେ ରକ୍ଷା ପାଇପାରିବେ ବୋଲି ମୁଖ୍ୟଅତିଥି ମତ ପ୍ରକାଶ କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାଃ ସଙ୍କର୍ଷଣ ଗାଆଣ ଏହି ମଶାରୀ ର ଉପକାରିତା ଓ ବ୍ୟବହାର ବିଷୟରେ ଉପସ୍ଥିତ ହିତାଧିକାରୀଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମ ରେ ଚଳିତ ବର୍ଷ ବଅଁରପାଳ ବ୍ଲକ ର ବଅଁରପାଳ ପଞ୍ଚାୟତରେ ୬୦ଟି ପରିବାର କୁ ମାଗଣା ମଶାରୀ ବଣ୍ଟନ କରାଯାଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରାଯାଇଥିଲା। ପର୍ଯ୍ୟାୟ କ୍ରମେ ଅନ୍ୟ ପଞ୍ଚାୟତ ଗୁଡିକରେ ବଣ୍ଟନ କାର୍ଯକ୍ରମ କରାଯିବାର ଘୋଷାଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆୟୁଷ ଡାଃ ମାନସ ବେହେରା, ବ୍ଲକ ପୋଗ୍ରାମ ମ୍ୟାନେଜର ଆରତୀ ସାହୁ ଓ ବହୁସଂଖ୍ୟକ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ମାନେ ଉପସ୍ଥିତ ଥିଲେ ପୁଷ୍ପଲତା ପ୍ରଧାନ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଓ ଜିଲ୍ଲା ଯୋଜନା ବୋର୍ଡ଼ ଉପାଧ୍ୟକ୍ଷା ଶ୍ରୀମତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।




