
ମହିଧରପୁର ମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର

ଜେ ବି ଏନ୍,୧୨/୧୨/୨୦୨୦(ଚୈତନ୍ୟ ସାହୁ)
ଅନୁଗୋଳ ଜିଲ୍ଲା ଅନୁଗୋଳ ନିର୍ବାଚନ ମଣ୍ଡଳୀର ମହିଧରପୁର ମଣ୍ଡଳ ତରଫରୁ ବଅଁରପାଳ ବ୍ଲକ ତଳମୂଳ ପଞ୍ଚାୟତ ଶାରଦାବିହାର ଶିଶୁ ମନ୍ଦିର ଠାରେ ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଜେପିର କାର୍ଯ୍ୟକର୍ତ୍ତା ପତାକା ଉତ୍ତୋଳନ କରି ବନ୍ଦେ ମାତରଂ ଗାନ କରିଥିଲେ। ପ୍ରଦୀପ ପ୍ରଜ୍ବଳନ କରି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ। ତଳମୂଳ ବିଜେପିର ବରିଷ୍ଠ ନେତା ରୁଚିର ଦାସଙ୍କ ମୃତ୍ୟୁରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ଉପସଭାପତି ସୁକେଶୀ ଓରାମ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଅମୀୟ ତ୍ରିପାଠୀ, ଯୋଗଗୁରୁ ଅଭୟ ରାୟ, ଯଯାତି ପଟ୍ଟନାୟକ, ପ୍ରତିମା ମିଶ୍ର, ସଂଘମିତ୍ରା ପ୍ରଧାନ ପ୍ରମୂଖ ମଞ୍ଚାସୀନ ଥିଲେ। ବିଜେପିର ଯୁବ ନେତା ରାଧାକାନ୍ତ ପଟ୍ଟନାୟକ ସଭା ପରିଚାଳନା କରିଥିଲେ। ମଞ୍ଚାସୀନ ଅତିଥି ବୃନ୍ଦ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ମହିଧରପୁର ମଣ୍ଡଳର ସମସ୍ତ ସଭାପତି, ପଂଚାୟତ ପ୍ରମୂଖ ବିଜେପି କାର୍ଯ୍ୟକର୍ତ୍ତା ପ୍ରମୂଖ ଉପସ୍ଥିତ ଥିଲେ। ବୋଥ ସ୍ତରୀୟ ଓ ମଣ୍ଡଳ ସ୍ତରୀୟ ଏହି ପ୍ରଶିକ୍ଷଣ ଶିବିର କରିବାକୁ ବିଜେପି କର୍ମକର୍ତ୍ତା ପ୍ରସ୍ତାବ ଦେଇଥିଲେ। ତୃଣମୂଳ ସ୍ତରରୁ କିପରି ବିଜେପି ସଂଘଠନ ସୁଦୃଢ ହେବ ଅତିଥି ମାନେ କର୍ମୀ ମାନଙ୍କୁ ମନ୍ତ୍ର ଦେଇଥିଲେ।




